ବାଣ ବିସ୍ପୋରଣରେ ନାବାଳକ ଗୁରୁତର ଆହତ

0
242

ବେଗୁନିଆପଡା:କୋଦଳା ଥାନା ଅନ୍ତର୍ଗତ ଫାସି ପଞ୍ଚାୟତର ମେଦିନିପୁର ଗ୍ରାମରେ ଏକ ଘରେ ବାଣ ବିସ୍ପୋରଣ ଘଟି ୭ ବର୍ଷର ଶିଶୁ ଆହତ ହୋଇଛି। ସୂଚନା ପ୍ରକାରେ ଫାସି ଗ୍ରାମର ବିବେକାନନ୍ଦ ସାହୁ (୭) ନିଜ ମାମୁଁ ଘର ମେଦିନିପୁର ଯାଇଥିଲା। ସେଠାରେ ଏକ ଘରେ ବାଣ ତିଆରି କରାଯାଇ ସୁଖାଯାଇଥିବା ବେଳେ ପିଲାଟି ଏକ ବାଣକୁ ଫୁଟାଇ ଥିବା ସମୟରେ ସମସ୍ତ ବାଣରେ ନିଆଁ ଲାଗି ବିସ୍ପୋରଣ ହୋଇଥିଲା । ଫଳରେ ଘର ଭିତରେ ନିଆଁ ଲାଗିବା ସହ ପ୍ରଚଣ୍ଡ ଶବ୍ଦରେ ଘର କାନ୍ଥ ଫାଟିଯାଇଥିଲା। ବିବେକାନନ୍ଦଙ୍କ ମୁହଁ ପୋଡିଯାଇ ଗୁରୁତର ଆହତ ହେବା ପରେ ତାଙ୍କୁ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜି ନିଆଯାଇଥିଲା । ଏହା ପରେ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

LEAVE A REPLY

Please enter your comment!
Please enter your name here