ଡାବୁଗାଁରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

0
318

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ର) ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ତରଫରୁ ଗୁରୁବାର ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ବନାଞ୍ଚଳ ଅଧୀନ ମୋଟ ୧୦୭ ଟି ବନ ସୁରକ୍ଷା ସମିତିର ସଭାପତି ଓ ସଭ୍ୟାସଭ୍ୟ ଏବଂ ୩୪ ଜଣ ଅନିମେଟର ପ୍ରମୁଖ ଯୋଗ ଦେଇଥିଲେ | ବନାଞ୍ଚଳ କାର୍ଯ୍ୟ|ଳୟ ଠାରୁ ଏକ ରାଲି ବାହାରି ଜଙ୍ଗଲ ସୁରକ୍ଷା କରିବା, ବନ୍ୟଜନ୍ତୁ ପ୍ରାକୃତିକ ସମ୍ପଦ- ଏହାର ସୁରକ୍ଷା ଆମର ଦାୟିତ୍ଵ, ଜୀବେଦୟା ଆମର ଧର୍ମ, ବନ୍ୟଜନ୍ତୁଙ୍କୁ ପୋଷା ମନେଇବା ଏକ ଦଣ୍ଡନୀୟ ଅପରାଧ,ଜଙ୍ଗଲ ଆମର ମାଁ ତାର ସୁରକ୍ଷା ଆମର ଦାୟିତ୍ଵ ଭଳି ବିଭିନ୍ନ ସ୍ଲୋଗାନ ଦେଇ ଡାବୁଗାଁ ସହର ପରିକ୍ରମା କରିଥିଲେ | ଏଥିରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ, ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ଜଟାବାଲ ବନପାଳ ସ୍ଥିତିପ୍ରଜ୍ଞା ତ୍ରିପାଠୀ, ବନରକ୍ଷୀ ମନୋରଞ୍ଜନ ନାୟକ, ପ୍ରକାଶ ସରକାର, ସୁଶାନ୍ତ ସିଂ, ରାମାକାନ୍ତ ସାହୁ, କୁନ୍ତଳା କୁମାରୀ କୁମାରୀ ଖୁରା, ରିତାରାଣୀ ବିଶ୍ଵାସରାୟ, ଅନିତା ହିଆଲ ଏବଂ ସମସ୍ତ ବନରକ୍ଷୀ ଓ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର ହରିହର ନାୟକ ଓ କୃପାଦାସ ମହୁରିଆ ପରିଚାଳନା କରିଥିଲେ |
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here