ଦାରିଙ୍ଗବାଡିର କଂଗ୍ରେସ ଗଡ଼ରେ ବିଜେଡିର ମିଶ୍ରଣ ପର୍ବ

0
243

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା):ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେହି ହାରରେ ବୃଦ୍ଧି ହେବାରେ ଲାଗିଛି। ଏନେଇ ପ୍ରତ୍ୟେକ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ ସହ ଲୋକଙ୍କ ନିକଟତର ହେବାକୁ ଲାଗିଛନ୍ତି।ଦାରିଙ୍ଗବାଡି ବ୍ଲକରେ ବିଜେଡି କଂଗ୍ରେସ ଗଡ଼ରେ ପ୍ରବେଶ କରି ପତିଆର ବଢାଇବାରେ ଲାଗିଛି। କଂଗ୍ରେସ ଗଡ଼ କୁହାଯାଉଥିବା ଦାରିଙ୍ଗବାଡି ବ୍ଲକର ଗୁମିକିଆ ଓ ବୁଡ଼ାଗୁଡ଼ା ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ଯୁବ ସଭାପତି ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାର ଓ ବିଧାୟକଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ଲୋକାଭିମୁଖୀ କାର୍ଯ୍ୟଶୈଳୀକୁ ଦେଖି ଗୁମିକିଆ ଓ ବୁଡ଼ାଗୁଡ଼ା ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ଏହି ମିଶ୍ରଣ ପର୍ବରେ ବିଜେଡି କର୍ମୀ ସାଧୁ ନାୟକ, ପଠାଣି ସାହୁ, ଧର୍ମେନ୍ଦ୍ର ପ୍ରଧାନ, ଇନ୍ଦ୍ର ପ୍ରଧାନ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here