ଲକ ଡାଉନ ବେଳେ ଅସହାୟକୁ ସହାୟ ହେଲେ କାର୍ଯ୍ୟରତ ସାମ୍ବାଦିକ

0
436

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ସଂକ୍ରମଣରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ଲକ ଡାଉନ ଚାଲିଥିବା ବେଳେ କେତେକ କାର୍ଯ୍ୟରତ ସାମ୍ବାଦିକ ନିଜ ନିଜ କର୍ତ୍ତବ୍ୟ କରିବା ସହ ସାମାଜିକ କର୍ତ୍ତବ୍ୟ ମଧ୍ୟ କରୁଛନ୍ତି ଯଥା ବୁଲା ପଶୁପକ୍ଷୀଙ୍କୁ ଖାଇବା ଦେବା,ସାହାଯ୍ୟ ଦରକାରଥିବା ଲୋକଙ୍କୁ ସହଯୋଗ କରିବା ଇତ୍ୟାଦି |ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଓଟିଭିରେ କାର୍ଯ୍ୟରତ ସାମ୍ବାଦିକ ସହରର ଆସ୍କା ରୋଡ଼ରେ ଅଚେତ ଅବସ୍ଥାରେ ପଡିଥିବା ଜଣେ ବ୍ୟକ୍ତିଙ୍କୁ ବଡ ମେଡିକାଲରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ |
ସୂଚନା ଯୋଗ୍ୟ ଯେ ଗତକାଲି ରାତି ପ୍ରାୟ ୯:୩୦ମି ସମୟରେ ସାମ୍ବାଦିକ ଜଗନ୍ନାଥ ନିଜ କାମ ସାରି ଫେରିବା ସମୟରେ ଆସ୍କା ରୋଡ଼ର ତୁଳସୀ ନଗର ନିକଟରେ ବ୍ୟକ୍ତି ଜଣକ ଅତ୍ୟନ୍ତ ଅସୁସ୍ଥ ଅବସ୍ଥାରେ ୧୫ମିନିଟ ହେବ ପଡିରହିଥିବା ଦେଖିଥିଲେ | ସେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ତାହା ନଥିଲା | ପରେ ସେ ପିସିଆର ଭେନ ସହ ଯୋଗାଯୋଗ କରିଥିଲେ,ଫଳରେ କୋଭିଡ-୧୯ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଥିଲା କିନ୍ତୁ ସେଥିରେ କୌଣସି ହେଲ୍ପର ନଥିଲେ | ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ଯୁବକ ଓ ଜଣେ କନଷ୍ଟେବଳ ସାହାଯ୍ୟରେ ଅସୁସ୍ଥ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରି ବଡ ମେଡିକାଲକୁ ପଠାଯାଇଥିଲା | ସାହାଯ୍ୟକାରୀ ଦୁଇ ଯୁବକ ହେଲେ ବିଜୁ ଲେଙ୍କା ଓ ପ୍ରମୋଦ ସାହୁ ମଧ୍ୟ ପ୍ରସଂଶା ଯୋଗ୍ୟ କାରଣ ଏଭଳି ପରିସ୍ଥିତିରେ ଘରୁ ବାହାରି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପରୋପକାରୀ ମନୋଭାବ ନିତ୍ୟାନ୍ତ ଆବଶ୍ୟକ | ବ୍ୟକ୍ତି ଜଣକ ବଡ ମେଡିକାଲର ଚିକିତ୍ସିତ ହେଉଛନ୍ତି |

LEAVE A REPLY

Please enter your comment!
Please enter your name here