ଜୁଆ ଆଡ୍ଡା ଉପରେ ଚଢ଼ାଉ ;ଚାରି ଜୁଆଡି ଗିରଫ

0
281

ଭଞ୍ଜନଗର : ତାରସିଂ ଥାନା ଅଧୀନ ନୂଆ ଖୁରୁଡୁପଲ୍ଲୀ ଜଙ୍ଗଲ ନିକଟରେ ଚାଲିଥିବା ଏକ ଜୁଆ ଆଡା ଉପରେ ତାରସିଂ ପୋଲିସ ଚଢ଼ାଉ କରି ୪ଜଣ ସ୍ଥାନୀୟ ଜୁଆଡ଼ି କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ତାରସିଂ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ନେତୃତ୍ୱରେ ପୋଲିସ ଉକ୍ତ ଜୁଆ ଆଡା ରେ ଚଢ଼ାଉ କରି ସେଠାରୁ ୪ଜଣ ଜୁଆଡି ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪୯୫୦ ଟଙ୍କା ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି। ଏ ନେଇ କେସ ନମ୍ବର ୨୫୭/୨୧ ରେ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ପ୍ରକାଶ କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here