ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
248

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଆଦିବାସୀ ଅଧୁଷିତ ନବରଙ୍ଗପୁର ଜିଲ୍ଲା ରେ କାର୍ଯ୍ୟରତ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର 30 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ବାର୍ଷିକ ଉତ୍ସବ ର ମୁଖ୍ୟ ଅତିଥି ଭାବେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼କ୍ଟର ସୁରେନ୍ଦ୍ର ନାଥ ଦାଶ,ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ବିଜେଡି ସଂଯୋଜକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପାଢ଼ୀ, ପୂର୍ବତ୍ତନ ଚେୟାରମ୍ୟାନ ଶ୍ରୀଯୁକ୍ତ ଝଡ଼େଶ୍ୱର ମହାନ୍ତିପ୍ରମୁଖ ଯୋଗ ଦେଇ ଆଦିବାସୀ ଙ୍କ ସେବାରେ ନିୟଜିତ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ଭ୍ରୁୟସୀ ପ୍ରଶଂସା କରିଥିଲେ lଏହି କାର୍ଯ୍ୟକ୍ରମ ରେ ନିଜ ଜୀବନ କୁ ବାଜି ଲଗାଇ ନବରଙ୍ଗପୁର ଜିଲ୍ଲା ରୁ କରୋନା ମୁକ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତହସିଲଦାର ହିମାଞ୍ଚଳ ମାଝୀ, ବିଡ଼ିଓ ଦେବୀ ପ୍ରସାଦ ଟାଲୀ, ଏସ ଡି ପି ଓ ଡ଼କ୍ଟର ଦୀନେଶ କୁମାର ନାୟକ, ଆଇ ଆଇ ସି ନରେଶ କୁମାର ପ୍ରଧାନ, ଶିଶୁରୋଗ ବିଶେଷଜ୍ଞ ଡ଼କ୍ଟର ସନ୍ତୋଷ କୁମାର ପଣ୍ଡା, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼କ୍ଟର ସୁମନ୍ତ କୁମାର ରାହୁଳ, ସି ଏଚ ସି ପୂଜାରୀଗୁଡା ର ଡ଼କ୍ଟର ଅଭୟ କୁମାର ଦେ ଙ୍କୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଥିଲା lସେହି ଭଳି ଜିଲ୍ଲାର ବିଭିନ୍ନ ସି ଏଚ ସି.ର ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ଜ୍ୟୋସ୍ନା ମୟୀ ଦାସ, ଶ୍ରୀମତୀ ଝରଣା ସାହୁ, ଶ୍ରୀମତୀ ସାନ୍ଧ୍ୟ ବାଳା ସ୍ୱାଇଁ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀମତୀ ଅଞ୍ଜଳି ରାଉତ, ଶ୍ରୀମତୀ ରଞ୍ଜିତା ପାତ୍ର, ଶ୍ରୀମତୀ ମିନାକ୍ଷୀ ମାଜିଦା ପାତ୍ର,ଆଇ ସି ଡି ଏସ ସୁପରଭାଇଜର ଶ୍ରୀମତୀ ସଂଯୁକ୍ତା ବେହେରା,ଅଙ୍ଗନବାଡି କର୍ମୀ ଗୌରୀ ମଣି ହରିଜନ, ଗୁରୁକୃପା ଡେ କମ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ଜୟା ତ୍ରିପାଠୀ, ବିଜୁ ପଟନାୟକ ମହିଳା ମହାବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ନମିତା ମହାପାତ୍ର ଏବଂ ରାଇମିଙ୍ଗ ବାର୍ଡ଼ ପବ୍ଲିକ ସ୍କୁଲ ର ଏ. ଓ ଶ୍ରୀମତୀ ରଶ୍ମିତା ବିଶୋଇ ପ୍ରମୁଖ ଙ୍କୁ ସଂସ୍ଥା ପକ୍ଷରୁ ସମ୍ମନିତ କରାଯାଇଥିଲା lଏଠାରେ ସୂଚନା ଯୋଗ୍ୟ ଯେ ମାନ୍ୟବର ନବରଙ୍ଗପୁର ସାଂସଦଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଙ୍କ ନେତୃତ୍ୱ ଏବଂନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର ଅଜିତ କୁମାର ମିଶ୍ର ଙ୍କ ଦକ୍ଷ ପରିଚାଳନା ଯୋଗୁଁ ଜିଲ୍ଲା ରେ କରୋନା ଶୂନ୍ୟ ହୋଇ ଥିବାରୁ ଉଭୟ ଙ୍କୁ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧନା ଦେବା ସହ ଉଭୟ ଙ୍କ ଉତ୍ତରାତୋର କାମନା କରାଯାଇଛି l ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ସଂସ୍ଥା ର ଉପ ସଭାପତି ଇଂ. ଚନ୍ଦନା ମଲ୍ଲିକ ପରିଚାଳନା କରିଥିବା ବେଳେ, ସଂସ୍ଥା ର ନିର୍ଦ୍ଧେଶକ ଶ୍ରୀ ଦୁର୍ଗା ପ୍ରସାଦ ମଲ୍ଲିକ ବିବରଣୀ ପାଠ ଓ ସଭାପତି ଶ୍ରୀ କୃଷ୍ଣ ପ୍ରସାଦ ପଟନାୟକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କ୍ରୀଡା ସଂଯୋଜକ ସଲିମ ରାଠୋର ମଧ୍ୟ ଉପସ୍ଥିତ ଥିଲେ l

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here