ନଦୀରେ ବୁଡି ଯୁବତୀ ମୃତ

0
487

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବୋରିଗାଁ ଗ୍ରାମ ର ପନକା ସାହିରେ ଏକ ଦୁଃଖଦ ଘଟଣା ଘଟିଛି | ଗ୍ରାମ ପାଖ ଭାସ୍କେଲ ନଦୀ କୁ ଗାଧୋଇବାକୁ ଯାଇ ଜଣେ ଯୁବତୀ ଙ୍କ ଅକାଳ ବିୟୋଗ ଘଟିଛି | ସୂଚନା ଯୋଗ୍ଯ :-ଗ୍ରାମର ଡୁମର ପନକା ଙ୍କ ଝିଅ ଟିକି ପନକା (୧୯) ରବିବାର ସକାଳ ପ୍ରାୟ ୧୦ ଘ. ସମୟରେ ଗ୍ରାମ ପାଖ ଭାସ୍କେଲ ନଦୀ କୁ ଗାଧୋଇବାକୁ ଯାଇଥିଲେ | ଗାଧୋଇବା ସମୟରେ କୌଣସି କାରଣରୁ ନଦୀରେ ବୁଡିଯାଇଥିଲେ | ଖବର ପାଇ ପରିବାର ଲୋକେ ଓ ଗ୍ରାମ ବାସୀ ସେଠାରେ ପହଞ୍ଚି ଯୁବତୀ ଙ୍କୁ ଉଦ୍ଧାର କାର୍ଯ୍ୟ ରେ ଲାଗିପଡିଥିଲେ ଓ ଡାବୁଗାଁ ଅଗ୍ନିସମ ବିଭାଗ କୁ ଖବର ଦେଇଥିଲେ | ଅଗ୍ନିସମ ବିଭାଗ ସେଠାରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ଙ୍କ ସାହାଯ୍ୟ ରେ ପରିବାର ଲୋକେ ଯୁବତୀଙ୍କୁ ଉଦ୍ଧାର କରିଥିଲେ | ଯୁବତୀ ଟିକି ପନକା +୩ (କଳା) ପ୍ରଥମ ବର୍ଷର ଜଣେ ମେଧାବୀ ଛାତ୍ରୀ ଥିବା ଗ୍ରାମବାସୀ କହିଥିଲେ | ଟିକି ଙ୍କ ଏପରି ଅଚାନକ ମୃତ୍ୟୁ କୁ ନେଇ ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇ ଥିବା ସହ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା | ଖବର ପାଇ ଡାବୁଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here