ଗଞ୍ଜେଇ ବେପାରୀଙ୍କ ସମ୍ପତ୍ତିକୁ ବ୍ୟାଜାପ୍ତି କଲା ମାଲକାନଗିରି ଜିଲ୍ଲା ପୋଲିସ

0
402

ମାଲକାନଗିରି (ନ୍ୟୁଜ୍ ଏକ୍ସଟ୍ରା)ଗଞ୍ଜେଇ ବେପାରୀଙ୍କ ସମ୍ପତ୍ତିକୁ ବ୍ୟାଜାପ୍ତି କଲା ମାଲକାନଗିରି ଜିଲ୍ଲା ପୋଲିସ ସୂଚନା ଅନୁଯାୟୀ ବିଶେଷ ସୁତ୍ରରୁ ଖବର ପାଇ ଗତ ଫେବୃଆରିରେ ମାଲକାନଗିରି ପୋଲିସ ଏକ କ୍ରେଟା କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପାଇଥିଲେ । ଖବର ପାଇଁ ପୋଲିସ କାରଟିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ କାର ଭିତରୁ ପ୍ରାୟ ୧୪ କ୍ୟୁଇଣ୍ଟାଲ ଗଞ୍ଜେଇ ମିଳିଥିଲା । ଏ ନେଇ ଏମ.ଭି – ୭୯ ଥାନା କେସ ନମ୍ବର ୦୯ / ୨୧ U / S 20 ( b ) ( ii ) ( C / 25 / 27 – A / 29 NDPS act ରେ ତାରିଖ ୦୧.୦୨.୨୦୨୧ ଅନୁଯାୟୀ ୧୧ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେମାନେ ସମସ୍ତେ ଦୋଷି ସାବ୍ୟସ୍ତ ହୋଇଥିଲେ । ଏହି ୧୧ ଜଣ ଗଞ୍ଜେଇ ବେପାର କରି ଆୟ ବହିଭୂତ ସମ୍ପତି ଠୁଳ କରିଥିବାରୁ ୧୯୮୫ ମସିହା ଅବକାରୀ ଆଇନ ଅନୁଯାୟୀ ସେମାନଙ୍କ ସମସ୍ତ ସମ୍ପତି , ବ୍ୟାଙ୍କ ଆକାଉଣ୍ଡ ଏବଂ କୋଠା ଘର ଗୁଡିକୁ ବାଜ୍ୟାପ୍ତି କରାଯିବା ସହ ଆଜି ସିଲ କରାଯାଇଛି । ସିଲ କରିଥିବା ଜିନିଷ ଆନୁମାନିକ ମୂଲ୍ୟ ୫ ଟି କୋଠା ଯାହାର ମୂଲ୍ୟ ୨୮୬,୫୩,୧୫୦ , ୧୨ ଟି ବ୍ୟାଙ୍କ ଆକାଉଣ୍ଡ ୭୧,୦୩୬.୭୧ , ୬ ଗାଡି ୧୮୩୩୦୦୦ ଜବତ କରିଥିବା ସମ୍ପତ୍ତର ମୋଟ ମୂଲ୍ୟ ୩,୦୫,୫୭୧୮୬.୭୧ ଅଟେ I ଜଣେ ପୁଲିସ କର୍ମଚାରୀଙ୍କ ସହ ୧୧ ଜଣ ଗଞ୍ଜେଇ ଚୋରା ବେପାରୀଙ୍କ ସମ୍ପତ୍ତିକୁ ବ୍ୟାଜାପ୍ତି କରିଥିବା ସୂଚନା ଏସ.ଡି.ପି.ଓ ଅଂଶୁମାନ ଦ୍ବିବେଦି ଦେଇଛନ୍ତି । ତତ୍କାଳୀନ ଏସ.ଡି.ପି.ଓ ତଥା ବର୍ତମାନର ଚିତ୍ରକୋଣ୍ଡା ଏସ.ଡି.ପି.ଓ ଭାବେ ଦାଇତ୍ୱ ନେଇଥିବା ଅଂଶୁମାନ ଏହି କେସ ପରିଚାଳନା କରିଥିଲେ
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here