ଖଲ୍ଲିକୋଟରେ ଏନଏସି ପକ୍ଷରୁ ଶୂନ୍ୟ ପ୍ଲାଷ୍ଟିକ ଦିବସ ପାଳିତ

0
254

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟରେ ସାମୁହିକ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୁର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ । “ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ” ସ୍ଲୋଗାନ ନେଇ ସାମୁହିକ ପରିଷ୍କାର ଓ ପରିଚ୍ଛନ୍ନତା ସହିତ କଠିନ ଏବଂ ତରଳ ବର୍ଯ୍ୟ ବସ୍ତୁର ପ୍ରଭାବଶାଳୀ ପରିଚାଳନା ଆଭିମୁଖ୍ୟ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଶୂନ୍ୟ ପ୍ଲାଷ୍ଟିକ ଦିବସ କୁ ସଫଳ ରୂପାୟନ ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଆହ୍ବାନ କ୍ରମେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ଏହାର ଶୁଭାରମ୍ଭ କରାଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ମହିଳା ସ୍ବଂୟସହାୟକ ଗୋଷ୍ଠୀ ଏନଏସି କାର୍ଯ୍ୟାଳୟ ଠାରୁ ନିର୍ମଳଝର ପର୍ଯ୍ୟନ୍ତ ଏକ ପଦଯାତ୍ରରେ ବାହାରି ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ସ୍ଲୋଗାନ ଦେଇ ସ୍ବଚ୍ଛତା ଉପରେ ଲୋକଙ୍କୁ ସଚେତନ କରିବା ସହିତ ରାସ୍ତା କଡ଼ରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ଜରି ପ୍ରଭୃତି ସଫା କରିଥିବା ବେଳେ ଏନଏସିର ସଫେଇ କର୍ମଚାରୀ ମାନେ ସହଯୋଗ କରିଥିଲେ । ସେପଟେ ଏନଏସି ଅଞ୍ଚଳରେ ଥିବା ସମସ୍ତ ପୋଖରି ପ୍ଲାଷ୍ଟିକ ମୁକ୍ତ, ତୃଣମୁକ୍ତ ଏବଂ ଶ୍ରବ ମୁକ୍ତ ରଖିବା ସହ ସଂଗୃହୀତ ଅଣ ବାୟୋ-ଡିଗ୍ରେଡେବଲ୍ ବର୍ଜବସ୍ତୁ ପ୍ଲାଷ୍ଟିକ, ପଲିଥିନ୍ ଇତ୍ୟାଦିକୁ ଗୋଟିଏ ସ୍ଥାନରେ ଜମା କରି ରଖିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ଏନଏସିର ସମସ୍ତ ଜନସାଧାରଣ ମାନଙ୍କୁ ନିବେଦନ କରିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here