ବଡ ଖଇରୀଖମା ଠାରେ କୋଭିଡ-୧୯ ସଂକ୍ରାନ୍ତୀୟ ଅମ୍ଳଜାନ ପରୀକ୍ଷଣ

0
369

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରୀଖମା ପଞ୍ଚାୟତରେ ଶୁକ୍ରବାର ଦିନ ପଞ୍ଚାୟତ ତରଫରୁ ଜନସାଧାରଣଙ୍କ କୋଭିଡ -19 ଚିହ୍ନଟ ସକାଶେ  ଅମ୍ଳଜାନର ସ୍ତର ଆକଳନ ପାଇଁ ପରୀକ୍ଷଣ କରାଯାଇଛି l ସରପଞ୍ଚ ମିନତୀ ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ମିନତୀ ଯାନୀ ଯୋଗଦେଇ ଲୋକଙ୍କ ଅମ୍ଳଜାନ ସ୍ତର ପରୀକ୍ଷଣ କରିଥିଲେ l ଉକ୍ତ କାର୍ଯ୍ୟରେ ଶିକ୍ଷକ ଧନେଶ୍ୱର ପ୍ରଧାନ, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ, ସମାଜସେବୀ ଟ୍ୱିଟୁ ଜେନା, ସାମ୍ବାଦିକ ପବିତ୍ର କୁମାର ରାଉତ ସହଯୋଗ କରିଥିଲେ l 

LEAVE A REPLY

Please enter your comment!
Please enter your name here