ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷାକ ବିତରଣ କାର୍ଯ୍ୟକ୍ରମ

0
230

ବେଲଗୁଣ୍ଠା: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ଚଳିତ ବର୍ଷର ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ସୁରେଖା ମଲ୍ଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ସେବା ଅଧିକାରିଣୀ ଗାୟତ୍ରୀ ମିଶ୍ର,ମିଶନ୍ ଶକ୍ତି ଜିଲ୍ଳା ସଂଯୋଜକ ଶାଶ୍ଵତ କୁମାର ସାହୁ, ଅତିରିକ୍ତ ଜିଲ୍ଳା ସମାଜ ମଙ୍ଗଳ ଅଧିକାରି ସାଧନ ଚନ୍ଦ୍ର ଦାସ, ମିଶନ୍ ଶକ୍ତି ବିପିସି ପ୍ରଶାନ୍ତ ନାୟକ,ଅଙ୍ଗନୱାଡ଼ି ସୁପରଭାଇଜର ରଞ୍ଜିତା ଦଳାଇ ଏବଂ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଅତିଥି ମାନେ ଶିଶୁ ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହିତ ପୋଷାକ ବିତରଣ କରିଥିଲେ I ଏହା ସହିତ ଉପସ୍ଥିତ ମାଆ ମାନଙ୍କୁ ମଧ୍ୟ ଶିଶୁଙ୍କ ପୌଷ୍ଟିକ ଆହାର ଏବଂ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ଗାଙ୍ଗପୁରର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଏବଂ ସହାୟିକା ସହଯୋଗ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here