ବିପ୍ଳଵୀ ଚକରା ବିଷୋୟୀ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତ ଘୁମୁସର ବାସୀ

0
261

ଭଞ୍ଜନଗର(ନିଲୁ ବିଷୋୟୀ) ଘୁମୁସର ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ପୁରୁଷ ଚକରା ବିଷୋୟୀ ଙ୍କ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି । ଭଞ୍ଜନଗର ସ୍ଥିତ ଚକରା ବିଷୋୟୀ ଛକ ଠାରେ ଆସନ୍ତା କାଲି ଅର୍ଥାତ ଶାମ୍ବ ଦଶମୀ ଦିନ ଅପରାହ୍ନ ସାଢେ 4 ଘଣ୍ଟା ସମୟରେ ମହାଆଡମ୍ବର ରେ ପାଳନ କରାଯିବ । ସକାଳ 7 ଘଟିକା ଭଞ୍ଜନଗର ସହରେ ଥିବା ମହାନ ପୁରୁଷଙ୍କ ପ୍ରତିମୂର୍ତ୍ତି ରେ ଭଞ୍ଜନଗର ଉପଜିଲ୍ଳାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଏବଂ ଅନ୍ୟ ମାନ୍ୟଗନ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିବେ । ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ କେଏସୟୁବି କଲେଜ ଅଧ୍ୟକ୍ଷ ନୀଳାଞ୍ଚଳ ମୁନି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମହନ ମାଝୀ, ଭଞ୍ଜନଗର ଏନ.ଏ.ସି ଜେଇ ସୁଶାନ୍ତ ସାହୁ, ସମାଜ ସେବୀ ସୁଲପାଣି ଶତପଥୀ, ଜଗବନ୍ଧୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here