ଖଲ୍ଲିକୋଟ ଅବକାରୀ ଥାନା ଅଞ୍ଚଳର ୩ଟି ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ ; ୫୧୦ ଲିଟର ଚୋରା ଦେଶିମଦ ଜବତ, ୩ ଗିରଫ

0
270

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ଅବକାରୀ ଥାନା ପୋଲିସ ଓ ଗଞ୍ଜାମ ଜିଲ୍ଲା ଭ୍ରାମ୍ୟମାଣ ଇନ୍ସପେକ୍ଟର ପ୍ରିତିଧାରା ନାୟକଙ୍କ ନେତୃତ୍ବତରେ ଆଜି ସକାଳେ ଖଲ୍ଲିକୋଟ ଅବକାରୀ ଥାନା ଅଞ୍ଚଳର ଖଜ, ଦଣ୍ତେଶ୍ବର ଓ ହାଟ ତୋଟା ଗ୍ରାମରେ ଚଢ଼ାଉ କରାଯାଇ ୫୧୦ ଲିଟର ଚୋରା ଦେଶିମଦ ଜବତ କରାଯିବା ସହ ଚୋରା ଦେଶିମଦ ଚାଲାଣ ଓ ବିକ୍ରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ତିନିଜଣ କୋଦଳା ଥାନା ଅଞ୍ଚଳର ରାଜା ବେହେରା, ନିବାସ ସାହୁ ଓ ସାନ୍ତନୁ ବଡ଼ୁ ବୋଲି ଜଣାପଡ଼ିଛି । ଏହି ଚଢ଼ାଉରେ ଏଏସଆଇ ରବିନ୍ଦ୍ରନାଥ ବିଶ୍ବାଳ, କୁମୁଦ ଚନ୍ଦ୍ର ନାୟକ, କନେଷ୍ଠବଳ ସନ୍ତୋଷ କୁମାର ପାଢ଼ି, ସୁଜିତ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ମଧୁସୁଦନ ଜାନୀ, ହେନାବତୀ ରେଡିଙ୍କ ସମେତ କର୍ମଚାରୀ ମାନେ ସାମିଲଥିଲେ । ସେପଟେ ଏ ସଂପର୍କରେ ତିନୋଟି ମାମଲା ରୁଜୁ କରାଯାଇ ଆଜି ପୂର୍ବାହ୍ନରେ ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଜିଲ୍ଲା ଭ୍ରାମ୍ୟମାଣ ଇନ୍ସପେକ୍ଟର ପ୍ରିତିଧାରା ନାୟକ ସୂଚନା ଦେବା ସହ ଆଗକୁ ଏଭଳି ଜିଲ୍ଲାରେ ଚୋରା ମଦ କାରବାର ରୋକିବା ପାଇଁ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here