ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ର ଶିଶୁ ସଚେତନତା କାର୍ଯ୍ୟକ୍ରମ

0
222

ବେଲଗୁଣ୍ଠା: ଆଜି ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ବିଶ୍ୱ ଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ପୁନେ ସ୍ଥିତ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ତରଫରୁ ଏକ ଶିଶୁ ସଚେତନତା ଏବଂ ଗାନ୍ଧୀ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଦ୍ୱିତୀୟ ପର୍ଯ୍ୟାୟରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସଂଗଠନର ସଭାପତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଗୋବରା ଶାଖା ସଭାପତି ଅଭିମନ୍ୟୁ ଦଳାଇ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ସେହିପରି ମୁଖ୍ୟ ବକ୍ତା ଭାବେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା ଯୋଗଦେଇ ଗୋବରା ମାଟିରେ ଗାନ୍ଧିଜୀଙ୍କ ପଦାର୍ପଣ ସମ୍ପର୍କରେ କହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଶ୍ୱ ଭାରତୀ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ ଯୋଗ ଦେଇ ଗାନ୍ଧୀଙ୍କ ସରଳ ଜୀବନଯାପନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଅନ୍ୟତମ ଅତିଥି ରୂପେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ର ଓଡ଼ିଶା ସଂଯୋଜକ ତ୍ରିନାଥ ବେହେରା ଯୋଗଦେଇ ମହାପୁରୁଷଙ୍କ ଜୀବନୀ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ସଂଗଠନ ସଦସ୍ୟ ଅଖିଳ ଜେନା ସ୍ଵଚ୍ଛତା ପ୍ରତି ଛାତ୍ରଛାତ୍ରୀ ସର୍ବଦା ସଚେତନ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ I ଏହାପରେ ଗାନ୍ଧିଜୀଙ୍କ ସମାନତା ନୀତିକୁ ଆଧାର କରି କୁଇଜ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ସ୍ଥାନ ନରଖି ସମସ୍ତ 29 ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଏହାସହିତ ଅନୁଷ୍ଟାନ ତରଫରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାକ୍ପ ଏବଂ ସାନିଟାଇଜର ବିତରଣ କରାଯାଇଥିଲା I ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦଳାଇ କାର୍ଯ୍ୟକ୍ରମର ଭାଗ୍ୟଶାଳୀ ବିଜେତା ଛାତ୍ର ହୀତେଶଙ୍କୁ ପୁରସ୍କୃତ କରିବା ସହିତ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ତରଫରୁ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସଭାପତି ସୌମ୍ୟରଞ୍ଜନ ମହାପାତ୍ର,ଓଡ଼ିଶା ସଂଯୋଜକ ତ୍ରିନାଥ ବେହେରା ଏବଂ ସଦସ୍ୟ ଅଖିଳ ଜେନାଙ୍କୁ ମେଡାଲ୍ ଏବଂ ପୁସ୍ତକ ପ୍ରଦାନ କରି ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ନାୟକ ସମ୍ମାନୀତ କରିଥିଲେ I ଛାତ୍ରୀ ଅଙ୍କିତା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଅନୁଷ୍ଠାନର ସଦସ୍ୟ ଶିଶିର କୁମାର ସ୍ୱାଇଁ ଅତିଥି ସ୍ଵାଗତ କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଭୋଳାନାଥ ରଥ, ବାବୁ ବେହେରା ଏବଂ କର୍ମଚାରୀ ଗୋବିନ୍ଦ ପ୍ରଧାନ ଓ ଖଦାଳ ପୂର୍ଣ୍ଣ ସହଯୋଗ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here