ବୃଦ୍ଧ ବାପା ମାଆଙ୍କୁ ସାହାରା ହେଲେ ହେଲ୍ପ ଇଣ୍ଡିଆ

0
482

ଭଞ୍ଜନଗର(ନିଲୁ ବିଶୋଇ) ଯେଉଁ ବୟସରେ ପିଲା ମାନେ ବାପା ମାଆଙ୍କର ସାହାରା ପାଲଟିବା କଥା ସେହି ସମୟରେ ନିଜ ପିଲା ମାନେ ବାପା ମାଆଙ୍କୁ ଛାଡି ଚାଲି ଯାଇଛନ୍ତି। ଫଳରେ ବେସାହାରା ବାପା ମାଆ କୌଣସି ଉପାୟ ନପାଇ ମାଗି ଯାଚି କରି ଚଳି ଆସୁଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମରେ । ବୃଦ୍ଧ ବଳରାମ ବେହେରା ଓ ତାଙ୍କ ସ୍ତ୍ରୀ ମାଲୁଣି ବେହେରା ଙ୍କୁ ନେଇ ଦୀର୍ଘ ଦିନ ଧରି ଏଭଳି ଅଭାବ ଅନାଟନରେ ଚଳି ଆସୁଛନ୍ତି। ଉଭୟଙ୍କ ଦୁଇଟି ସନ୍ତାନ ଥିଲେ ମଧ୍ୟ ତାଙ୍କ କଥା ବୁଝିବାକୁ କେବେ ଆସୁ ନାହାନ୍ତି। ଅପରପକ୍ଷରେ ଏଭଳି ସ୍ଥିତିରେ ବୃଦ୍ଧ ବାପା ମାଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ହେଲ୍ପ ଇଣ୍ଡିଆ ଗଂଜାମ ଗ୍ରୁପର । ହେଲ୍ପ ଇଣ୍ଡିଆର ସଦସ୍ୟ ଅଜୟ କୁମାର ନାୟକ, ବଳରାମ ସାହୁ , ସରୋଜ ବିଷୋୟୀ, ସାଇ ପ୍ରଶାଦ ପାତ୍ର ଓ ଶିବ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗୀର ହାତ ବଢ଼ାଇଛନ୍ତି।

LEAVE A REPLY

Please enter your comment!
Please enter your name here