ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

0
313

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଗାନ୍ଧୀ ଜୟନ୍ତୀ ଅବସରରେ ଡାବୁଗାଁ ବିଜେପି ତରଫରୁ ଗାନ୍ଧୀ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ଉପ ସଭାପତି ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଯୋଗଦୀଶ ଚନ୍ଦ୍ର ବିଷୟୀ, ଡାବୁଗାଁ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ, ବରିଷ୍ଠ ବିଜେପି ନେତା ଜୟନ୍ତ କୁମାର ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା,ମୈଦଲପୁର ମଣ୍ଡଳ ସଭାପତି ରବିନ୍ଦ୍ର ପ୍ରସାଦ ପାଳ, ଡାବୁଗାଁ ମଣ୍ଡଳ ସାଧାରଣ ସମ୍ପାଦକ ମହେଶ ପାତ୍ର, ଡଙ୍ଗରା ମଣ୍ଡଳ ସଭାପତି ସତ୍ୟବାନ ନାୟକ, ଡାବୁଗାଁ ମଣ୍ଡଳ ଉପ ସଭାପତି ନରେଶ ସିଂ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ଉପ ସଭାପତି ମାନସାଏ ମାଝୀ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ଦଶମୁ କଲାର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶୁଭଜିତ୍ ପାଣିଗ୍ରାହୀ, ଡାବୁଗାଁ ଯୁବମୋର୍ଚ୍ଚା ସଭାପତି ଓ୍ବାଇ ରାଜ କୁମାର, ସତମନ ପୂଜାରୀ,ରତନ କଲାର, ମହୋନଦାଶ ପୂଜାରୀ, ଶ୍ୟାମା କଲାର, ଦାମୋଦର ପ୍ରଧାନ, ସୁନ୍ଦର ଭତ୍ରା, ବିଶ୍ବନାଥ ମାଝୀ ଏବଂ ଅନ୍ୟାନ୍ୟ ଉପସ୍ଥିତ ଥିଲେ। ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଯୋଗଦୀଶ ଚନ୍ଦ୍ର ବିଷୟୀ ଏବଂ ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ପ୍ରଥମେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ରାଜ୍ୟ ଉପସଭାପତି ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଯାଇ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ସାକ୍ଷାତ କରିଥିଲେ। ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିବା ଯୋଗୁଁ ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here