ବିଶିଷ୍ଟ ସମାଜସେବୀ, ପୂର୍ବତନ ସାମ୍ବାଦିକ ବିୟୋଗ ରେ ଶକୋସଭା

0
411

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ, ବରିଷ୍ଠ କଳାକାର,ପୂର୍ବତନ ସାମ୍ବାଦିକ, ସହକାରୀ ସରକାରୀ ଓକିଲ ଭୁବନେଶ୍ୱର ଦାସ ଙ୍କ ତା ୧.୧୦.୨୦୨ ୧ତାରିଖ ଅପରାହ୍ନ ୪.୩୦ ମିନିଟ ସମୟରେ ୫୮ବୟସରେ ହୃଦଘାତ ରେ ବିୟୋଗ ହେତୁ ନବରଙ୍ଗପୁର ସହରର ସମସ୍ତ କଳାକାର ମାନଙ୍କୁ ନେଇ ଏକ ଶୋକସଭା କରାଯାଇଥିଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରି ଉପସ୍ଥିତ ସମସ୍ତ କଳାକାର ଦୁଇ ମିନିଟ ନିରବ ପାର୍ଥନା କରି ତାଙ୍କର ଫୋଟ ଚିତ୍ର ଉପରେ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟ ରେ ପୁଷ୍ପା ମାଲ୍ୟ ଅର୍ପଣ କରିଥିଲେ। ସ୍ବର୍ଗତ ଦାସ ଏକ ମେଳାପୀ ବ୍ୟକ୍ତି ଥିଲେ । ଶେଷ ସମୟ ପର୍ଯ୍ୟନ୍ତ ଗୁପ୍ତେଶ୍ଵର କଳା ସଂଘର ସମ୍ପାଦକ ଥିଲେ । ନବରଙ୍ଗପୁର ସହରରେ ଏକ ମଞ୍ଚ କଳାକାର ହରାଇଛି । ଶ୍ରୀ ଦାସ ଙ୍କ ବିୟୋଗ ରେ ଦୁଃଖ ପ୍ରକାଶ କରିବା ସହିତ ଏଭଳି ଦୁଃଖ ସମୟରେ ଦିବଙ୍ଗତ ପୂର୍ବତନ କଳାକାର ବନ୍ଧୁ ଙ୍କ ଶୋକ ସନ୍ତପ୍ତ ପରିବାର ସହ ଦୁଃଖିତ ଆତ୍ମୀୟ ସ୍ୱଜନ, ବନ୍ଧୁ ବର୍ଗ ଏବଂ ତାଙ୍କ ଶୁଭେଛୁଙ୍କୁ ସମବେଦନା ଜଣାଇବା ସହ ପୁଣ୍ୟ ଅମର ଆତ୍ମାର ସଦଗତି କାମନା କରିଥିଲେ ।
ଏହି ଶୋକ ସଭାରେ ବରିଷ୍ଠ ମଞ୍ଚ ନିର୍ଦେଶକ ପ୍ରକାଶ ସାମନ୍ତରାୟ, ସୁରେଶ ମହାନ୍ତି, ସତ୍ୟ ନାରାୟଣ ଖଡଗରାଇ, ଅସିତ କୁମାର ଦେଓ, ଦେବଦାସ ମହାଙ୍କୁ, ପ୍ରଦୀପ କୁମାର ମିଶ୍ର, ଦୁର୍ଗା ପ୍ରଧାନୀ ଦିଲ୍ଲୀପ ହୋତା, ସୁରେଶ ମିଶ୍ର, ଯୁଗଳ ତ୍ରିପାଠୀ, ଜଗନ୍ନାଥ ବେହେରା, ଅଶୋକ ପଣ୍ଡା ଫାଲଗୁନି ପାତ୍ର, ଶିବ ପ୍ରସାଦ ମହାପାତ୍ର, କେ ସନ୍ତୋଷ କୁମାର, ସୁରଜ ପୂଜାରୀ, ମନୋଜ ପଟନାୟକ, ଦୁର୍ଗା ମାଧବ ରଥ,ଜ୍ୟୋତି ପରିଛା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here