ସାଂସଦ ଓ ବିଧାୟକଙ୍କ ଦ୍ଵାରା ପଟ୍ଟା ବଣ୍ଟନ

0
305

କୋଷାଗୁମୁଡା( ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲ କାର୍ଯ୍ୟାଳୟ ରେ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କ ଉପସ୍ଥିତ ରେ ଗରିବ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । କୋଡ଼ିଙ୍ଗା ତହସିଲ ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲରେ ବସବାସ କରୁଥିବା ମୋଟ ୨୦୮ ଜଣ ଗରିବ ଆଦିବାସୀ ଶ୍ରେଣୀର ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି କୋଡ଼ିଙ୍ଗା ତହସିଲଦାର ସବ୍ୟସାଚୀ ଜେନା ଓ ସାଂସଦ, ବିଧାୟକଙ୍କ ଦ୍ଵାରା ପଟ୍ଟା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ବଦ୍ରି ନାରାୟଣ ସିଂ , ଡାବୁଗାଁ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗୁପ୍ତ ପ୍ରସାଦ ପଟ୍ଟନାୟକ , ଯସବନ୍ତ ମାଳି , ସଞ୍ଜୟ କୁମାର ପଟ୍ଟନାୟକ ଓ ଅନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିବା ବେଳେ କୋଡ଼ିଙ୍ଗା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ଏ. ଜଗଦିଶ , ରାଜସ୍ୱ ନିରୀକ୍ଷକ ବିଶ୍ଵଜିତ ଦାଶ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here