ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଯୋଗେ ଗଞ୍ଜାମ ଜିଲ୍ଲାରେ ହେବ ପାଠପଢ଼ା,ଗୁରୁଦିବସରୁ ଆରମ୍ଭ “ମଧୁ ଆପ୍”

0
688

ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଚଳିତ ମାସ ସେପ୍ଟେମ୍ବର ୫ ତାରିଖରୁ ଅର୍ଥାତ୍ ଗୁରୁଦିବସଠାରୁ ଆରମ୍ଭ ହେବାକୁ ଯାଉଛି “ମଧୁ ଆପ୍” । ଗଞ୍ଜାମ ଜିଲ୍ଲାର ସବୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି ଏହି ସ୍ୱତନ୍ତ୍ର ମୋବାଇଲ୍ ଆପ୍।
ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଗଣିତ ଓ ବିଜ୍ଞାନର ୨୫ଟି ଭିଡିଓ ଅପଲୋଡ୍ କରାଯିବ,ଯାହାଦ୍ୱାରା ଏହି ଆପ୍ରୁ ପଞ୍ଚମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଘରେ ବସି ବିଜ୍ଞାନ ଓ ଗଣିତ ପାଠ ଜାଣିପାରିବେ। ଆଗାମୀ ଦିନରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବିଷୟରେ ଜିଲ୍ଲାର ବଛାବଛା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନକୁ ରେକର୍ଡିଂ କରାଯିବା ସହିତ ସେଥିରେ ଅପଲୋଡ୍ କରାଯିବ । ୫ମ,୬ଷ୍ଠ,୭ମ ଓ ୮ମ ଶ୍ରେଣୀର ପିଲା କିଛି ସମସ୍ୟା କାରଣରୁ ଯଦି ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି କିମ୍ବା ବିଦ୍ୟାଳୟରେ ପଢାଯାଇଥିବା ବିଷୟକୁ ଠିକ୍ ଭାବେ ବୁଝି ପାରିନାହାନ୍ତି, ତେବେ ସେମାନେ ଉକ୍ତ ଆପ୍ର ସହାୟତା ନେଇ ପଢିପାରିବେ । ବିଦ୍ୟାଳୟ ପରେ ଛାତ୍ରଛାତ୍ରୀମାନେ ମୋବାଇଲ ଫୋନ ଓ ଟେଲିଭିଜନ ପ୍ରତି ଆଗ୍ରହ ଦେଖାଉଥିବାରୁ ଏହି ଆପ୍ ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

LEAVE A REPLY

Please enter your comment!
Please enter your name here