ବିଦ୍ୟୁତ ଆଘାତରେ ଜଣେ ଯବାନଙ୍କ ମୃତ୍ୟୁ, ଜଣେ ଗୁରୁତର

0
425

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ବିଦ୍ୟୁତ ଆଘାତ ହୋଇ ଜଣେ କାର୍ଯ୍ୟରତ ଜିଲ୍ଲା ପୋଲିସ ଇସାକ୍ ହରିଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ଯ ଜଣେ ଯବାନ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି l ରାଇଘର କୋଦଭଟା ସ୍ଥିତ ପୋଲିସ୍ କ୍ୟାମ୍ପରେ ଏହି ଅଘଟଣ ଘଟିଛି। ଇସାକ୍ ହରିଜନ ଆଜି ସକାଳେ ଫୋନ ରେ କଥା ହୋଇ କ୍ୟାମ୍ପ ର ଝରକା ଗ୍ରିଲ କୁ ଛୁଇଁ ଦେଲା ମାତ୍ରେ ବିଦ୍ୟୁତ୍ ଝଟକା ପାଇଥିଲେ ଏହି ଆଘାତ ଦେଖି ଆଉ ଜଣେ ଯବାନ ଟଙ୍କ ସଉରା ସ୍ୱିଚ ଅଫ୍ କରିବାକୁ ଯାଇ ସେ ମଧ୍ଯ ଆଘାତ ପାଇଲେ କିନ୍ତୁ ଇସାକ୍ ହରିଜନ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିଲା ଟଙ୍କ ଙ୍କୁ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଇସାକ୍ ହରିଜନଙ୍କ ଘର ନବରଙ୍ଗପୁର ଜିଲ୍ଲାର ଜଟାବାଲ ଗ୍ରାମରେ ବୋଲି ସୂଚନା ମିଳିଛି l କ୍ୟାମ୍ପର କ୍ବାଟର୍ ର ଟିଣରେ ସଟ୍‌ସର୍କିଟ ଯୋଗୁଁ ଏଭଳି ଅଘଟଣା ଘଟିଥିବା ଜଣାପଡିଛି l
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here