ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା ସୁନା ଇଟା , ୬ ଅଟକ ସୁନା ଶଙ୍ଖ ପରେ ଏବେ ସୁନା ଇଟା କାରବାର

0
408

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲାରେ ନକଲି କାରବାର ବୃଦ୍ଧି ପାଇବାରେ ଲାଗିଛି । ନକଲି ସୁନା ଶଙ୍ଖ ପରେ ଏବେ ନକଲି ସୁନା ଇଟା କାରବାର ଚାଲିଥିବା ଜଣାପଡ଼ିଛି । ଆଜି ପାପଡ଼ାହାଣ୍ଡି ଥାନା ପକ୍ଷରୁ ମୈଦଲପୁର ଫାଣ୍ଡି ଆଗରେ ଗଞ୍ଜଇ ଗାଡ଼ି ଧରିବା ପାଇଁ ଯାଞ୍ଚ ଚାଲିଥିଲା । ଏହି ସମୟରେ ଏକ ଧଳାରଙ୍ଗର କାରକୁ ଅଟକାଇ ଯାଞ୍ଚ ବେଳେ ସେଥିରେ ନକଲି ସୁନା ଇଟା ମିଳିଥିଲା । ଯାହାର ଓଜନ ୪.୫ କେଜି ରହିଛି । ତେବେ ଏହି ଘଟଣାରେ ପୁଲିସ ୬ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି । ସୂଚନା ଅନୁସାରେ , ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ପୁଲିସ ପକ୍ଷରୁ ମୈଦଲପୁର ଫାଣ୍ଡି ସମ୍ମୁଖରେ ଗାଡ଼ିମୋଟର ଯାଞ୍ଚ ଚାଲିଥିଲା । ଏହି ସମୟରେ ଏକ ଧଳାରଙ୍ଗର କାର୍ ଆସି ସେଠାରେ ପହଞ୍ଚିଥିଲା । ଉକ୍ତ ଗାଡ଼ିରେ ୬ ଜଣ ବ୍ୟକ୍ତି ରହିଥିବା ସମସ୍ତେ କଟକ ଓ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି । ଗାଡ଼ିକୁ ଯାଞ୍ଚ ବେଳେ ସେଥିରେ ଏକ ସୁନା ରଙ୍ଗର ଏକ ଇଟା ମିଳିଥିଲା । ଯାହାର ଓଜନ ୪.୫ କେଜି ହେବ । ଏହା ପିତ୍ତଳରେ ତିଆରି ବୋଲି ପୁଲିସ ସୂତ୍ରରୁ ମିଳିଛି ସୂଚନା ଏହାକୁ ସୁନା ବୋଲି ବିକ୍ରି କରାଯାଉଥିବା ପୁଲିସ ସନ୍ଦେହ କରୁଛି । ତେ ବେ ପୁଲିସ ମୈଦଲପୁର ଫାଣ୍ଡିରେ ଏହି ୬ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି । ଏମାନେ ଏହି ଇଟାକୁ କେଉଁଠୁ ଆଣିଲେ , କେଉଁଠିକୁ ନେଇଥାନ୍ତେ । ଏମାନଙ୍କ ଉଦ୍ଦେଶ୍ୟ କଣ ରହିଥିଲା ସେ ନେଇ ପୁଲିସ ତଦନ୍ତ କରୁଛି । ତେବେ ଆସନ୍ତାକାଲି ସବିଶେଷ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି । ଏହି ଚଢ଼ଉରେ ପାପଡ଼ାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବର , ଏସଆଇ ସିରିଗି ପ୍ରସାଦ ପଣ୍ଡା , ମୈଦଲପୁର ଫାଣ୍ଡି ଅଧିକାରୀ ଅନାମ ଦିଆନ ଓ କର୍ମଚାରୀ ମାନେ ସାମିଲ ଥିଲେ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here