ନବରଙ୍ଗପୁର ଜିଲ୍ଲା ୟୁଥ ଫୋର ଏକ୍ସନର ଜିଲ୍ଲା ଟିମ ଘୋଷଣା

0
351

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ଆଜି ନବରଂଗପୁର ସୌରା ସାହି କଲ୍ୟାଣ ମଣ୍ଡପ ଠାରେ ୟୁଥ ଫୋର ଏକ୍ସନ ପକ୍ଷରୁ ନବରଙ୍ଗପୁର ଜିଲ୍ଲା କମିଟି ଘଷଣା କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ତଥା ଆଇନଜୀବୀ ଶ୍ରୀ ଝାଡେଶ୍ୱର ଖଡେଙ୍ଗା ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଡଃ. ବିଜୟ କୁମାର ମିଶ୍ର , ବିଜେପି ନେତା ଶ୍ରୀ ମୃତ୍ୟୁଞ୍ଜୟ ଦାସ ସମ୍ମାନିତ ଅତିଥି ,ୟୁଥ ଫୋର ଏକ୍ସନ ର ରାଜ୍ୟ ସଂଯୋଜକ ଶ୍ରୀ ଦେବାଶିଷ ନାୟକ,ସହ ସଂଯୋଜକ ସୁଜିତ ସିଂ ସମେତ ଅନ୍ୟ ରାଜ୍ୟ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ । ଯୁବ ସମାଜ ନିଜ ସ୍ୱାର୍ଥ ତ୍ୟାଗ କରି ସମାଜ ପାଇଁ ସେବା କରିବା ଏକ ବ୍ରତ ହେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ସଚିବ ଭାବେ ୧୧ ବର୍ଷ ଚାକିରୀ ଥିବା ବେଳେ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଏକ ନମ୍ବର ଭାବେ ଗଢି ତୋଳିବା ସ୍ୱପ୍ନ ନେଇ ସମଗ୍ର ରାଜ୍ୟରେ ୟୁଥ ଫୋର ଏକ୍ସନ ଗଠନ କରିଥିବା ବେଳେ ଆଜି ନବରଂଗପୁର ଜିଲ୍ଲାରେ ୟୁଥ ଫୋର ଏକ୍ସନ ଜିଲ୍ଲା ସମସ୍ୟା କୁ ନଜର ରଖି ସମାଧାନ ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି । ଶଭା ପ୍ରାରମ୍ଭରେ ସମାଜ ସେବୀ ସରୋଜ ବେହେରା ବନ୍ଦେ ମତାରରମ ଗାନ ପରେ ଯୁବ ସମାଜ ସେବୀ ସଂଜୀବ ନନ୍ଦ ମଞ୍ଚ ପରିଚାଳନା କରିଥିଲେ ତତ୍ପରେ, ମୁଖ୍ୟ ଅତିଥି ଓ ରାଜ୍ୟ ନେତୃବୃନ୍ଦ ମାନେ ଯୁବକମାନେ କିପରି ନିଜକୁ ସୁଦୃଢ କରି ସମାଜ ପାଇଁ କାମ କରିପାରିବେ ସେନେଇ ପ୍ରେରଣା ଦାୟୀ ବକୃତା ପ୍ରଦାନ କରିଥିଲେ । ଏହା ପରେ ନବରଙ୍ଗପୁର ଜିଲ୍ଲା YAF ସଂଗଠନର ଜିଲ୍ଲା ସଭାପତି ଶ୍ରୀ ସୀମାଞ୍ଚଳ ଶତପଥୀ ନୂତନ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ । ଉପ ସଭାପତି ଦିଲୀପ ଦାସ , ସଂଜୀବ ନନ୍ଦ, ଜଗନ୍ନାଥ ନାୟକ, ସାଧାରଣ ସମ୍ପାଦକ ଭାବେ ସରୋଜ କୁମାର ବେହେରା, ସମ୍ପାଦକ ମଳୟ କୁମାର ଜେନା, ଭଗଦେଵ ଗୌଡ଼, ପ୍ରକାଶ ରାଉତ, ମନୋଜ ମହାଙ୍କୁଡ,ସୋସିଆଲ ମେଡିଆ ସହ-ସଂଯୋଜକ କାଲା କାଂହୁ ନିଦାଏ, ସେବା କାର୍ଯ୍ୟ ସଂଯୋଜକ ଅଶୋକ ପ୍ରଧାନ, ସହ ସଂଯୋଜକ ବିଶି କେସନ ଚେତରିଆ, ଗୋ ସେବା ସଂଯୋଜକ ପ୍ରଫୁଲ୍ଲ ଯାନୀ, ସହ ସଂଯୋଜକ ବସନ୍ତ କୁମାର ସାହୁ, ଜିଲ୍ଲା ଛାତ୍ର ସଂଯୋଜକ ଦିପୁ ରଞ୍ଜନ ନାୟକ, ମିଡିଆ ସଂଯଜକ ଶ୍ରୀନିବାସ ପାତ୍ର,ନବରଙ୍ଗପୁର ନଗର ସଭାପତି ଶ୍ରୀ ନିହାର ମହାନ୍ତି, ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ଶ୍ରୀ ଆଶିଷ ଟାକରି, ପାପଡାହାଣ୍ଡି ବ୍ଲକ ସଭାପତି ଶ୍ରୀ ସୀତାରମ ବିଶୋଇ , ଝରିଗାଁ ବ୍ଲକ ସଭାପତି ବଳରାମ , ଚାନ୍ଦାହାଣ୍ଡି ବ୍ଲକ ସଭାପତି କଣ୍ଠେଶ୍ୱର ନାୟକ, କୋଷଗୁମୁଡ଼ା ବ୍ଲକ ସଭାପତି ଶ୍ରୀ ଯସବନ୍ତ ନାୟକ ,ମହିଳା ମାନଙ୍କ ପାଇଁ କାର୍ଯ୍ୟରତ ଆଜିତା ପାଇଁ ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ ଯୁବ ଆଇନଜୀବୀ ତଥା ସମାଜସେବୀ କୁମାରୀ ସ୍ୱାଗତିକା ସାମନ୍ତରାୟ ପ୍ରମୁଖ ମନୋନୀତ ହୋଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here