ସିଆରପିଏଫ ବାଟାଲିୟନ ତରଫରୁ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

0
371

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ପରିସରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ସମେତ ସମସ୍ତ ଅଧିକାରୀ ଗଣ , ଓଡିଶା ପୋଲିସ୍ ର ଅଧିକାରୀ ଗଣ ଏବଂ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରିଥିଲେ | ବିଶେଷକରି ସୁରକ୍ଷା ବାହିନୀ ମଧ୍ୟରେ ଶାରୀରିକ ସୁସ୍ଥତାର ଆବଶ୍ୟକତା କୁ ଅନ୍ତର୍ଭୁକ୍ତ କରି କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା ଶାରୀରିକ ଏବଂ ମାନସିକ ସୁସ୍ଥତା ମଧ୍ୟରେ ସଠିକ ସନ୍ତୁଳନ ବଜାୟ ରଖିବାରେ “ଯୋଗର” ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here