ବ୍ରାଉନସୁଗର ଜବତ , ୩ ଗିରଫ

0
407

କୋରାପୁଟ (ନ୍ୟୁଜ ଏକ୍ସଟ୍ରା) କୋରାପୁଟ ଜିଲା ଜୟପୁର ଅଞ୍ଚଳର ହାଟପଦା ନିକଟରେ ଥିବା ଏକ ଆମ୍ବତୋଟାରେ ଟାଉନ ଥାନା ପୁଲିସ ଚଢ଼ାଉ କରି ୨୭୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜୟପୁର ଅଞ୍ଚଳର ପାରାବେଡାର ଶିଶିର କୁମାର ବେହେରା , କୁମ୍ଭାର ସାହିର ଶୁଭମ୍ ପଣ୍ଡା ଏବଂ ପାରାବେଡା ଏଲ୍.ଆଇ.ସି କଲୋନୀର ଶ୍ରୀହରି ବିଷୟୀ । ବ୍ରାଉନ ସୁଗର ଜବତ ହୋଇଥିବା ନେଇ ଜୟପୁର ଟାଉନ ଥାନା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବ୍ରାଉନସୁଗର ପ୍ୟାକେଟ କରି ବିକ୍ରୟ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥି ପୁଲିସ । ପୁଲିସ ହାଟପଦା ନିକଟରେ ଥିବା ଆମ୍ବତୋଟା ଠାରେ ଚଢ଼ାଉ କରିଥିଲଶ । ଚଢ଼ାଉ ବେଳେ ୨୭୧ ଗ୍ରାମର ବ୍ରାଉନ ସୁଗର ଜବତ କରାଯିବା ସହ ସହ ୩ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ନଗଦ ୧୪୦୦ ଟଙ୍କା , ଗୋଟିଏ ସ୍କୁଟି , ଗୋଟିଏ ବାଇକ୍ ଏବଂ ୩ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିବା ଜୟପୁର ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି । ଏହି ୩ ଅଭିଯୁକ୍ତଙ୍କ ମଧ୍ୟରୁ । ଶିଶିର ଆଇଟିଆଇ ପଢୁଥିବା ବେଳେ ଶ୍ରୀହରି ଯୁଇ ୩ ଛାତ୍ର । ପୁଲିସ ଏକ ମାମଲା ରୁକୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here