ଦୁଇ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରୁନି ଘର ଟଙ୍କା ଉଠାଇ ଧରାଛୁଆଁ ଦେଉନି ଠିକାଦାର

0
380

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ କରାଯାଇଛି । କିନ୍ତୁ ବିଭିନ୍ନ ସ୍ଥାନରେ ଠିକାଦାରମାନେ ହିତାଧିକାରୀଙ୍କୁ ଭୁତାଇ ଟଙ୍କା ହଡ଼ପ କରିବା ପରେ ଘର କାମ ଅଧାପନ୍ତରିଆରେ ଛାଡ଼ି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ଫଳରେ ହିତାଧିକାରୀ ନିଜ ପରିବାର ସହ ଭଙ୍ଗା କୁଡ଼ିଆ ନଚେତ୍ ଅନ୍ୟ କାହାରି ଘରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଅବ୍ୟବସ୍ଥା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଟିମନପୁର ପଞ୍ଚାୟତର ଧରମପୁର ଗ୍ରାମରେ ସୂଚନା ଅନୁଯାୟୀ , ଗତ ଦୁଇ ବର୍ଷ ତଳେ ଧରମପୁର ଗ୍ରାମର ଜୟରାମ ଗଣ୍ଡଙ୍କ ପତ୍ନୀ ପଣ୍ଡରୀ ବାଈ ଗଣ୍ଡଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା । ଏହା ଜାଣିବା ପରେ ପଣ୍ଡରୀ ବାଈଙ୍କ ନିକଟରେ ଜଣେ ଠିକାଦାର ପହଞ୍ଚି ଘର ତିଆରି କରିଦେବି ବୋଲି କହି କାର୍ଯ୍ୟାଦେଶ , ଜକାର୍ଡ ଓ ବ୍ୟାଙ୍କ ପାସ୍‌କ ନେଇ ଯାଇଥିଲେ । ଘର ଆରମ୍ଭ କରି ଛାତ ପର୍ଯ୍ୟନ୍ତ କାମ ହୋଇଥିବା ବେଳେ ଠିକାଦାର ଜଣକ ୩ଟି କିସ୍ତିର ଟଙ୍କା ଉଠାଇ ନେଇ ଯାଇଥିଲେ । ଠିକାଦାର ପ୍ରାୟ ୧ ଲକ୍ଷ ଟଙ୍କା ଉଠାଇ ନେଇଥିବା ବେଳେ ଦୀର୍ଘ ଦେଢ଼ ବର୍ଷ ହେବା ଛାତ ପଡ଼ି ପାରୁନି । ଅଧାପନ୍ତରିଆ ଭାବେ ଘର କାମ ଛାଡ଼ି ଠିକାଦାର ଧରାଛୁଆଁ ଦେଉ ନଥିବା ପଣ୍ଡରୀ ବାଈଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଘର କାମ ସଂପୂର୍ଣ୍ଣ ହୋଇ ପାରୁ ନଥିବାରୁ ବାଧ୍ୟ ହୋଇ ପକ୍ଷରୀ ବାଈଙ୍କ ପରିବାର ଭଙ୍ଗା ଦଦରା ଘରେ ରହୁଥିବା ଦେଖିବାକୁ ମିଳିଛି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁ ନଥିବା ସାଧାରଣରେ ଅଭିଯୋଗ ହୋଇଛି । ଶୀଘ୍ର ଏହି ଘର କାମ ସଂପୂର୍ଣ୍ଣ କରିବା ପାଇଁ ବ୍ଲକ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବାକୁ ପଣ୍ଡରୀ ବାଈଙ୍କ ପରିବାର ଲୋକ ଦାବି କରିଛନ୍ତି
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here