ବିବାଦୀୟ “ଆନ୍ଦ୍ର- ଓଡିଶା” ବିଷୟକୁ ନେଇ ଜିଲ୍ଲା ପ୍ରଶାସନ ସହିତ ଗଙ୍ଗାବାଡ ପଞ୍ଚାୟତ ବାସୀ ଆଲୋଚନା କରିଥିଲେ

0
264

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତରେ ଆନ୍ଦ୍ର-ଓଡିଶା ବିବାଦକୁ ନେଇ ଏହି ବିଷୟରେ ପଡସୀ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଏସ. ଆପାଲୁ ରାଜୁ ଓଡିଶା ସିମା ଭିିତରେ ପ୍ରବେଶ କରି ଆନ୍ଧ୍ର ପ୍ରଦେଶର ପୁଲିସ ମୁତୟନ କରି ଶ୍ରୀକାକୁୁୁଲମ ଜିଲ୍ଲାର କିିଛି ଅଧିିକାରୀ ଙ୍କ ସହିତ ତାଙ୍କ ଦଳର ସମର୍ଥିତ ଲୋକକୁ ଧରି ମାଣିକପାଟଣା ଗ୍ରାମରେ ଜୋରଜବରଦସ୍ତି ପସି ଗଜପତି ଜିଲ୍ଲା ପ୍ରଶାସନୀକ ଅଧିକାରୀଙ୍କୁ ରଙ୍ଗ ଆଖି ଏବଂ ଆଙ୍ଗୁଳି ଦେଖାଇ ଗିରିଫ ଧମକ ଦେବା ଘଟଣା ବର୍ତ୍ତମାନ ଜିଲ୍ଲା ତଥା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ,ଆଜି ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ ଏବଂ କିଛି ଗ୍ରାମବାସୀ ୯ଦଫା ଦାବି ପତ୍ର ସହ ଜଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ, ସେଠାରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସହ ସାକ୍ଷାତ ହୋପାରିନଥିବାରୁ ସେ ପୁଣି ଥରେ ଜିଲ୍ଲାପାଳଙ୍କ ସହ ଦେଖା କରିବେ ବୋଲି ଜଣାପଡିଛି । ଉକ୍ତ ପଞ୍ଚାୟତରେ ଦୀର୍ଘ ବର୍ଷ ହେବ ସୀମା ବିବାଦ ରହିଥିବା ସହ ପଞ୍ଚାୟତ ବାସୀଙ୍କ ପାଇଁ ଓଡିଶା ମଧ୍ୟ ଦେଇ ରାସ୍ତା ନଥିବା ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏମିତି କିଛି ସମସ୍ୟା ରହିଛି ଯଦ୍ୱାରା ପଞ୍ଚାୟତ ବାସୀ ଆନ୍ଦ୍ର ସରକାର ଏବଂ ଆନ୍ଦ୍ର ସଡକ ଉପରେ ନିର୍ଭରଶୀଳ ହେଉଛନ୍ତି ପଞ୍ଚାୟତ ବାସୀ ବାଧ୍ୟତାମୂଳକ ହେଉଛନ୍ତି ଏବଂ ଏହାର ଫାଇଦା ଆନ୍ଧ୍ର ପ୍ରଦେଶ ନେଉଥିବା ପ୍ରକାସ କରିଛନ୍ତି । ସେଗୁଡିକ ହେଲା କଇଁପୁର ଠାରୁ ଗଙ୍ଗାବାଡ ପର୍ୟ୍ୟନ୍ତ ପକ୍କାରାସ୍ତାକୁ ଯୁଦ୍ଧକାଳିନ ଭିତ୍ତିରେ ନିର୍ମାଣ କରିବା , ଗଙ୍ଗାବାଡ ପଞ୍ଚାୟତରେ ଯଥାଶିଘ୍ର ଏକ ମୋବାଇଲ ନେଟୱାର୍କ ସ୍ଥାପନ କରିବା, ଗଙ୍ଗାବାଡ ପଞ୍ଚାୟତରେ ଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ନିମନ୍ତେ ବ୍ୟବସ୍ଥା କରିବା , ଗଙ୍ଗାବାଡ ପଞ୍ଚାୟରେ ଏକ୧୦୦ ଶଯ୍ୟା ବିଶିଷ୍ଠ ଏକ ବାଳିକା ଆବାସିକ ବିଦ୍ୟାଳୟ ନିର୍ମାଣ କରିବା, ପଞ୍ଚାୟତରେ ଥିବା ଉଚ୍ଚବିଦ୍ୟାଳୟରେ ଥିବା ୪୦ ଆସନ ବିଶିଷ୍ଠ ଛାତ୍ରାବାସକୁ ୧୦୦ ଆସନରେ ପରିଣତ କରିବା, ଆନ୍ଦ୍ର -ଓଡିଶା ଉଭୟ ସରକାରଙ୍କ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ଉପସ୍ଥିତିରେ ସ୍ଥାୟୀ ସୀମା ନିର୍ଦ୍ଧାରଣ କରି ସ୍ଥାୟୀ ସମସ୍ୟାର ସମାଧାନ କରିବା, ଗଙ୍ଗାବାଡ ଓ କେରାଣ୍ଡି ଦୁଇଟି ପଞ୍ଚାୟତ ପାଇଁ ଚମ୍ପାପୁର ଠାରେ ଏକ ରାଜସ୍ୱ ନିରିକ୍ଷକଙ୍କ କାର୍ୟ୍ୟାଳୟ ନିର୍ମାଣ କରିବା , ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉତ୍ପାଦିତ କରାଯାଉଥିବା ଲଘୁ ବନଜାତ ଦ୍ରବ୍ୟକୁ କ୍ରୟ କରିବା ନିମନ୍ତେ ବ୍ୟବସ୍ଥା କରିବା, ଆନ୍ଦ୍ର ଦ୍ୱାରା ନିର୍ମାଣ କରାଯାଇଥିବା ଅଙ୍ଗନୱାଡି କେନ୍ଦ୍ର ଠାରେ ବିନା ପୋଷାକରେ ଜଗି ରହିଛନ୍ତି ଆନ୍ଦ୍ର ପୋଲିସ ଏବଂ ଓଡିଶାର ଯେ କୌଣସି ବ୍ୟକ୍ତି , ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ବାସିନ୍ଧା ଆନ୍ଦ୍ର ବିରୋଧରେ ସ୍ୱର ଉତ୍ତଳନ କଲେ ଗୁଳି କରିବା ନିମନ୍ତେ ଆନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବିନା ପୋଷାକରେ ଜଗି ରହିଥିବା ଆନ୍ଦ୍ର ପୋଲିସର କର୍ମଚାରି ମାନେ ଧମକ ଦେଉଛନ୍ତି । ଯଦ୍ୱାରା ସ୍ଥାନୀୟ ବାସୀନ୍ଦା ଏବଂ ଓଡିଶା ସିମାରେ ରହୁଥିବା ଲୋକମାନେ ଭୟଭୀତ ହୋଇ‌ ଦୀନ କାଟୁଛନ୍ତି । ସେଥିପାଇଁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଏହିଭଳି ୯ ଦଫା ଦାବୀ ଉପରେ ଆଜି ଜିଲ୍ଲାପ୍ରଶାସନ ସହ ଆଲୋଚନା ହୋଇଥିଲା ଏବଂ ତାଙ୍କ ଉପରେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁସା ମଣ୍ଡଳମର ମଞ୍ଜୁସା ଥାନାରେ ଯେଉଁ ମିଛ କେସ ରୁଜୁ କରାଯାଇଛି ସେଥିପାଇଁ ଜିଲ୍ଲା ପ୍ରଶାସନର ସାହାଯ୍ୟ ଆବଶ୍ୟକ ବୋଲି କହିବା ସହ ଜିଲ୍ଲାପ୍ରଶାସନ ଏଥିରେ ସହୋଯଗ ନକଲେ ଏଠାକାର ବସବାସ କରୁଥିବା ପରିବାର ଏବଂ ପଞ୍ଚାୟତ ବାସୀଙ୍କ ସହ ଧରଣା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ପୁର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯ୍ୟୀ । ସେପଟେ ଗଙ୍ଗାବାଡ ପଞ୍ଚାୟତ ସମସ୍ତ ସମସ୍ୟା ପ୍ରତି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଅବଗତ ଥିବା ଏବଂ ସମସ୍ତ ସମସ୍ୟାର ସମାଧନ ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦପେକ୍ଷ ଗ୍ରହଣ କରାଯାଉଥିବା ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here