ବଳିଆପଣ୍ଡା ପୋଲିସ ଥାନାର ଆଇଆଇସି ଙ୍କୁ ଡିଜିପି ପୁରସ୍କାର

0
233

ବ୍ରହ୍ମପୁର : ପୁରୀ ଜିଲ୍ଲା ଅନ୍ତର୍ଗତ ବଳିଆପଣ୍ଡା ପୋଲିସ ଥାନାର ଆରକ୍ଷୀ ନିରୀକ୍ଷକ କୁଳମଣି ସେଠୀ ଙ୍କୁ ଡିଜିପି ପୁରସ୍କାର ପ୍ରାପ୍ତ ହୋଇଥିବା ଜଣାପଡିଛି। ୨୦୨୦ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଇଆଇସି ଶ୍ରୀ ସେଠୀ ଙ୍କୁ ସମ୍ମାନଜନକ ଡିଜିପି ପୁରସ୍କାର ମିଳିଛି। ପୁରୀ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ଼କ୍ଟର କନୱାର ବିଶାଲ ସିଂ ମହୋଦୟ ଆଇଆଇସି ନୀଳମଣି ସେଠୀ ଙ୍କୁ ସମ୍ବର୍ଦ୍ଧିତ କରି ଡିଜିପି ଆୱାର୍ଡ ପ୍ରଦାନ କରିବା ସହ ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି ସେବାମନୋବୃତ୍ତୀ, କଠିନ ପରିଶ୍ରମ ଓ ଉତ୍ସଗ୍ରୀକୃତ ସେବା ଜାରି ରଖିବାକୁ ପରାମର୍ଶ ପ୍ରଦାନ କରିଥିଲେ। ସେ ପ୍ରକାଶ କରିଛନ୍ତି ଯେ ଲୋକଙ୍କ ସେବା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ। ନିଜ ପ୍ରତିକ୍ରିୟାରେ ଆଇଆଇସି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ଯେ, ସେ ନିଜ କର୍ତ୍ତବରୁ କେବେବି ନିବୃତ୍ତ ରହିବେ ନାହିଁ। ଶ୍ରୀ ସେଠୀଙ୍କୁ ଡିଜିପି ଆୱାର୍ଡ ମିଳିଥିବା ଯୋଗୁଁ ବଳିଆପଣ୍ଡା ଥାନା ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ଏଥିସହ ପୋଲିସ ଥାନା ସମସ୍ତ କର୍ମଚାରୀ ବୃନ୍ଦ ମଧ୍ୟ ଶ୍ରୀ ସେଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ :ପ୍ରଣୟ ପଣ୍ଡା

LEAVE A REPLY

Please enter your comment!
Please enter your name here