ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ

0
382

କୋରାପୁଟ( ନ୍ୟୁଜଏକ୍ସଟ୍ରା) ରାଜ୍ୟ ସରକାରଙ୍କ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଥିବା ଦେଖିବାକୁ ମିଳିଛି। ଆଜି ମନ୍ତ୍ରୀ ଶ୍ରୀମତୀ ଦିଆନ ବୋରିଗୁମ୍ମା ବ୍ଳକ ର ବିଭିନ୍ନ ଗାଁ ପରିଦର୍ଶନ କରିଥିଲେ।ପ୍ରଥମେ ମନ୍ତ୍ରୀ ବଣ୍ଡାଗୁଡା, ବିଜାପୁର, ବିଶୋଇପୁଟ,ଲଦୀଯୋଡ଼ି, ବନ୍ଦୀଲଗୁଡା, ଚାଲାଣଗୁଡା,ଜୁଝାରି ଗସ୍ତ କରିଛନ୍ତି।ଗାଁ ରେ ମନ୍ତ୍ରୀ ଗାଁ ର ମୌଳିକ ସମସ୍ୟା କଣ ରହିଛି ଲୋକଙ୍କ ପାଖରୁ ଶୁଣିଥିଲେ। ପ୍ରାୟତଃ ରାସ୍ତାଘାଟ, ପାଣି, ସ୍ଵଚ୍ଛତା ଓ ଅନ୍ୟାନ୍ୟ ପ୍ରସଙ୍ଗ ରେ ଲୋକଙ୍କ ନିକଟ କୁ ଯାଇ ପଚାରିଥିଲେ। ତେବେ ଏବେବି ଗ୍ରାମାଞ୍ଚଳରେ ବହୁ ସମସ୍ୟା ରହିଛି। ଏହାର ଆଶୁ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏଥି ପୂର୍ବରୁ ମନ୍ତ୍ରୀ କୋଟପାଡ଼ ନିର୍ବାଚନ ମଣ୍ଡଳୀ ର ବହୁ ଗାଁ ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ଆଜି ର ମନ୍ତ୍ରୀ ଙ୍କ ଗସ୍ତ ସମୟରେ ବିଜେଡି ର ବରିଷ୍ଠ ନେତା ପ୍ରସାଦ ବିଡିକା, କେଶବ ପଣ୍ଡା, ନରେନ୍ଦ୍ର ବିଶୋଇ, କମୁଲୁ ଯାନୀ, ମାଳତୀ ମାଝୀ, ରମେଶ ବିଶୋଇ, ଦିଲ୍ଲୀପ ରାଇ ପ୍ରମୁଖ ଉପସ୍ଥିତ ଥିଲେ
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here