୩ଦଫା ଦାବିରେ ଅଟଳ ଓଡିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘର ସମୂହ ଆତ୍ମାହୁତି ନିଷ୍ପତ୍ତି।

0
643

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ ରଶ୍ମିତା ପାଣିଗ୍ରାହୀ) : ଚାକିରୀ ସର୍ତ୍ତାବଳୀ, ପଦୋନ୍ନତି ଓ ଆବଶ୍ୟକୀୟ ସୁବିଧା ସଯୋଗ ପ୍ରଦାନ ଭଳି୩ଦଫା ଦାବିରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଙ୍ଘ ପକ୍ଷରୁ ସରକାରଙ୍କୁ ଚରମ ପତ୍ର ପ୍ରଦାନ କରାଯାଇଛି। ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ମଧ୍ୟ ସଂଘର ଦାବୀପୁରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସଙ୍ଘ ଏହିଭଳି ନିଷ୍ପତ୍ତି ନେଇଥିବା ଆଜି ବ୍ରହ୍ମପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଦାବୀପୁରଣ ପାଇଁ ସଙ୍ଘର ରାଜ୍ୟ ସଭାପତି ବଳରାମ ପ୍ରସାଦ ବସୁମଲ୍ଲିକ ଆସନ୍ତା ୧୬ତାରିଖରେ ଭୁବନେଶ୍ୱର ସ୍ଥିତ ଓ ପି ଟି ସି ଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। ସରକାରଙ୍କ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତିକୁ ପ୍ରତିବାଦ କରି ରାଜ୍ୟବ୍ୟାପୀ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟ ବନ୍ଦ କରି ଆସନ୍ତା ୧୬ତାରିଖରେ ସମୂହ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here