ବକେୟା ବିଲ୍ ଅର୍ଥ ପ୍ରଦାନ ଦାବି ରେ ବ୍ଲକ କାର୍ଯ୍ୟାଳୟ ଘେରାଉ

0
245

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜ଼ିଲ୍ଲା ମୋହନା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ବକେୟା ବିଲ୍ ଅର୍ଥ ପ୍ରଦାନ ଦାବିରେ ଆଜି ବ୍ଲକ ସର୍ବଦଳୀୟ ଜନ ସାଧାରଣ ପ୍ରତିନିଧି ସମୂହ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି l ସୂଚନା ଯୋଗ୍ୟ ଯେ 39 ଟି ପଞ୍ଚାୟତ ବିଶିଷ୍ଟ ମୋହନା ବ୍ଲକ ଓଡିଶାର ଦ୍ଵିତୀୟ ସର୍ବବୃହତ୍ତମ ବ୍ଲକ ଅଟେ l ବ୍ଲକରେ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ତଦାରଖ ତଥା ବିଲ୍ ଅର୍ଥ ମେଜରମେଣ୍ଟ କରିବା ପାଇଁ ଜଣେ ନିର୍ବାହୀ ଯନ୍ତ୍ରୀ, ଦୁଇଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ବିଡ଼ିଓ ନିଯୁକ୍ତ ଅଛନ୍ତି|ଅଧିକାରୀ ମାନଙ୍କ ମଧ୍ୟରେ ବୁଝାମଣା ଅଭାବରୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ଠିକାଦାର ମାନେ ସାହୁକାର ଠାରୁ ଋଣ ଆଣି ଏବଂ ଗହଣା ବନ୍ଧା ରଖି ଉନ୍ନୟନ କାର୍ଯ୍ୟର ଠିକା ନେଇ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ସତ୍ଵେ ଟଙ୍କା ନପାଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏନେଇ ମୋହନା ବିଡ଼ିଓଙ୍କ ଜରିଆରେ ଜ଼ିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି | ବ୍ଲକ ଜନସାଧାରଣ ପ୍ରତିନିଧି ସମୂହ,ଜ଼ିଲ୍ଲା ପ୍ରଶାସନ ତଥା ଜ଼ିଲ୍ଲା ଆଦିବାସୀ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଦାବି ହୋଇଛି l ଅନ୍ୟପଟେ ଅତିଶୀଘ୍ର ଉପୁଜିଥିବା ସମସ୍ୟା ର ସମାଧାନ କରାଯିବ ବୋଲି ଗଜପତି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here