ଗଙ୍ଗାବାଡରେ ଓଡିଶା -ଆନ୍ଧ୍ର ମୁହାଁ ମୁହିଁ

0
259

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତରେ ମାଣିକ ପାଟଣା ଗ୍ରାମର ଦୀର୍ଘ ବର୍ଷ ହେବ ଓଡ଼ିଶା,ଆନ୍ଧ୍ର ,ସୀମା ବିବାଦ ଚାଲୁରହି ଆସୁଥିବା ବେଳେ ଏହି ସମସ୍ୟାର ବିଦ୍ଧିବଦ୍ଧ ସମାଧାନର ପନ୍ଥା ବାହାରିପାରୁନଥିବା ଯୋଗୁଁ ପଡୋଶୀ ଆନ୍ଦ୍ରପ୍ରଦେଶ ସରକାର ଉକ୍ତ ସ୍ଥାନରେ ବାରମ୍ବାର ଆଧିପତ୍ୟ ବିସ୍ତାର କରିଆସୁଛି ଏବଂ ସେହି ମାଣିକପାଟଣା ଗ୍ରାମକୁ ଆନ୍ଧ୍ର ପ୍ରଦେଶର ବୋଲି ଜର ଜବରଦସ୍ତ ଦାବୀ କରିବା ସହ ସ୍ଥାନିସ ବାସିନ୍ଦାଙ୍କୁ ଆକୃଷ୍ଟ କରିବା ନିମନ୍ତେ ଅନେକ ହିତାଧିକାରୀ ଙ୍କୁ ପ୍ରଲୋଭନ ଯୋଜନା ଯୋଗାଇ ଦେବା ନିମନ୍ତେ ପ୍ରୟାସ ଜାରି ରଖିଛି । କିନ୍ତୁ ଗତ କାଲି ଗୁରୁବାର ଦିନ ସେଠାକୁ ଆନ୍ଦ୍ରପ୍ରଦେଶର ମତ୍ସ ଓ ଜଳସମ୍ପଦ ମନ୍ତ୍ରୀ ଆପାଲା ରାଜୁ ଆନ୍ଦ୍ର ପ୍ରଶାସନରେ ପ୍ରଶାସନିକ ଓ ପୋଲିସର ବଡବଡିଆ ଅଧିକାରୀଙ୍କ ସହ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ପହଁଚିଥିଲେ। ଏବଂ ଗୋଟିଏ ବୈଠକ କରିବା ସହ ସେଠାରେ ଆଧିପତ୍ୟ ବିସ୍ତାର କରିବା ପାଇଁ ସମସ୍ତ ସୀମା ଉଲଙ୍ଘନ ପାର କରିଥିବା ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳ ରେ ଦୁଇଦିନ ତଳେ ଓଡ଼ିଶାର ସରକାରୀ କର୍ମଚାରୀ ତଥା ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ସିଲ୍ କରାଯାଇଥିବା ଅଙ୍ଗନବାଡି କେନ୍ଦ୍ରକୁ ବେନିୟମ ଭାବେ ଦାଦାଗିରି ସାଜି ସିଲ୍ ହୋଇ ଥିବା ଅଙ୍କନ ବାଡି କେନ୍ଦ୍ର କୁ ଖୋଲିବା ସହ ଘଟଣା ସ୍ଥଳରେ ଗଜପତି ଜିଲ୍ଲା ପ୍ରଶାସନୀକ ଏକ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଗିରିଫ କରିବା ପାଇଁ ଆନ୍ଧ୍ର ଡିଏସପିଙ୍କୁ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ ଆନ୍ଦ୍ର ପ୍ରଦେଶର ମସ୍ଛ୍ୟ ଓ ପଶୁପାଳନ ମନ୍ତ୍ରୀ ଆପଲ ନାଇଡୁ । ବହୁତ ବଡ଼ ଦୁଃଖ ର ବିଷୟ ଏହି କି ଯେ ଓଡିଶା ସୀମାରେ ଅନୁପ୍ରବେଶ କରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଗ୍ରାମରେ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଇଥିଲା ସେହି କେନ୍ଦ୍ରକୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ତାହାକୁ ସିଲ୍ କରାଯାଇଥିଲା । ଏହି ଅବସରରେ ଗତକାଲି ଆନ୍ଧ୍ରପ୍ରଦେଶ ସରକାର ଙ୍କ କିଛି ଅଧିକାରୀ ପହଞ୍ଚି ଆନ୍ଧ୍ର ପ୍ରଦେଶ ସରକାର ଙ୍କ ପକ୍ଷରୁ ନିର୍ମାଣଧୀନ ସିଲ୍ କରାଯାଇଥିବା ଅଙ୍ଗନ ୱାଡି କେନ୍ଦ୍ରର ତାଲାକୁ ଭାଙ୍ଗିଥିବା ବେଳେ ଗତ କାଲି ସେଠାରେ ପିଲାଙ୍କ ପାଠ ପଢା ଜାରି ରହିଥିିବା ଏବଂ ପିଲାଙ୍କୁ ‌ ଅଣ୍ଡା ମଧ୍ୟ ବଣ୍ଟନ କରାଯାଇଥିଲା। ସେହି ଘଟଣା ସ୍ଥଳରେ ଆନ୍ଧ୍ର ମନ୍ତ୍ରୀଙ୍କ ସହିତ ଶ୍ରୀକାକୁଲମ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ଗଜପତି ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କୁ ନାଲି ଆଖି ଦେଖାଇବା ସହିତ ଯେଉଁ ଭାବରେ ଗଜପତି ଜିଲ୍ଲା ଅଧିକାରୀଙ୍କୁ ତଥା ଆପଣ ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରକୁ ତାଲା ପକାଇ ଥିଲେ ତାହା ଆନ୍ଦ୍ରର ବୋଲି କହିବା ସହିତ ସେମାନଙ୍କୁ ନାଲି ରଙ୍ଗର ଆଖି ଦେଖାଇ କହିଲେ ଯେଉଁ ଅଧିକାରି ମାନେ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଥିଲେ ‌‌ ସେମାନଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ଡିଏସପିଙ୍କୁ ନିର୍ଦ୍ଦେଶ ଦେଇ, ଉକ୍ତ ପଞ୍ଚାୟତର ଅନ୍ୟ ଏକ ଗ୍ରାମର ସ୍ଥିତି ପରଖିବା ବାହାରି ପଡିଥିଲେ । ଆନ୍ଦ୍ରମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଜିବାର କିଛି ସମୟ ପରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଗାରାବନ୍ଧ ଥାନା ଅଧିକାରୀ ମାଣିକ ପାଟଣା ଗ୍ରାମରେ ପହଁଚିଥିଲେ । ଉକ୍ତ ଖବର ପାଇବା ପରେ ଆନ୍ଦ୍ରପ୍ରଦେଶର ମନ୍ତ୍ରୀ ଆପାଲୁ ରାଜୁ ପ୍ରଶାସନ ଏବଂ ପୋଲିସ ଦଳବଳ ଧରି ପୁଣି ମାଣିକପାଟଣା ଗ୍ରାମକୁ ଆସିଥିଲେ । ଆନ୍ଧ୍ର ପ୍ରଦେଶ ର ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ପୋଲିସ ସହ ଗଜପତି ଜିଲ୍ଲାପ୍ରଶାନୀକ ଅଧିକାରୀ ମଧ୍ୟରେ ମୁହାଁମୁହିଁ ହେବା ପରିସ୍ଥିତି ଉପୁଜି ଥିଲା । ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କୁ ସମ୍ନାନର ସହ ଆଲୋଚନା କରିବା ପାଇଁ ମଧ୍ୟ ସ୍ୱାଗତ କରିଥିଲେ ଏବଂ ଓଡିଶାକୁ ସ୍ୱାଗତ କରୁଛି ବୋଲି କହିବା ସମୟରେ ମନ୍ତ୍ରୀଜଣକ ଆମ ସ୍ଥାନରେ ଆପଣ ଆମକୁ କଣ ସ୍ୱାଗତ କରିବେ ବୋଲି ରୋକଠୋକ କହିଥିଲେ । ପରେ କିଛି ସମୟ ପାଇଁ ଓଡିଶା ଦ୍ୱାରା ନିର୍ମିତ କରାଯାଇଥିବା ଅଙ୍ଗନୱାଡି କେନ୍ଦ୍ରରେ ଆଲୋଚନା ଉଭୟଙ୍କ ମଧ୍ୟରେ ହୋଇଥିଲା । ଉକ୍ତ ସମୟରେ ଆନ୍ଦ୍ର ପୋଲିସର ଦାଦାଗିରି ଦେଖିବାକୁ ମିଳିଥିଲା । ଆନ୍ଦ୍ରର ପୋଲିସ କର୍ମି ମାନେ ଓଡିଶାର ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ ଭିତରକୁ ପ୍ରବେଶ କରିବା ପାଇଁ ବାରଣ କରିଥିବା ବେଳେ ମନ୍ତ୍ରୀଙ୍କ କିଛି କର୍ମିମାନେ ଭିତରକୁ ପ୍ରବେଶ କରିଥିଲେ । ଏବଂ ବାହାରେ ଆଉ କିଛି କର୍ମି ମଧ୍ୟ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ତେଲୁଗୁ ଭାସାରେ ଗାଳିଗୁଲଜ କରିଥିଲେ । କିଛି ସମୟର ଆଲୋଚନା କରିବା ପରେ ଉଭୟେ ବାହାରକୁ ବାହାରିଥିଲେ ଏବଂ ଆନ୍ଦ୍ର ମନ୍ତ୍ରୀଙ୍କ ଆରମ୍ବ ହୋଇଥିଲା ବାଚାଳାମି । ସେଠାରେ ମାଣିକ ପାଟଣା ଗ୍ରାମବାସୀଙ୍କୁ ମନ୍ତ୍ରୀ ଆପାଲା ରାଜୁ ନିଜ ପରାକ୍ରମ ଦେଖାଇବା ଭଳି ଅଭିନୟ କରିବା ସହ ଅଙ୍ଗନୱାଡି କେନ୍ଦ୍ରକୁ କାହିଁକି ତାଲା ପକାଯାଇଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କୁ ଧମକାଇ ପଚାରିଥିଲେ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନିକଟକୁ ଡକାଇ “ଜୟ ଜଗନ ଜୟ ଜଗନ “ ନାରା ଦେବାପାଇଁ କହିଥିଲେ । କିଛି ସମୟର ଯୁକ୍ତିତର୍କ ପରେ ଦରକାର ପଡିଲେ ଓଡିଶାର ଅଙ୍ଗନୱାଡି କେନ୍ଦ୍ରକୁୁ ଧୁୁଳିସାତ କରିଦିଆଯିବ କହିବା ସହ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାକୁ ଗିରିଫ କରିବା ପାଇଁ ଡିଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆବଶ୍ୟକ ପଡିଲେ ଆନ୍ଦ୍ର ପକ୍ଷରୁ ମାଣିକ ପାଟଣାରେ ସବୁ ସମୟରେ ପୋଲିସ ଛାଉଣି କରାଯିବ ବୋଲି କହିଥିଲେ । ଯାହା ଓଡିଶା ସରକାର ଏବଂ ଗଜପତି ଜିଲ୍ଲା ପ୍ରଶାସନ ପାଇଁ ଏକ ଲଜ୍ୟାଜନକ ବିଷୟର କାରଣ ଯାହା କି ଓଡିଶା ମାଟିରେ ଆନ୍ଦ୍ରପ୍ରଦେଶ ପକ୍ଷରୁ ବାରମ୍ବାର ଏପରି ଅଭିଯୋଗ କରାଯାଉଥିବା ବେଳେ ନା ରାଜ୍ୟ ସରକାର ନା ଜିଲ୍ଲାପ୍ରଶାସନ, ନା ବଡବଡିଆ ନିର୍ବାଚନ ପ୍ରତିନିଧି ଏହାର ସମାଧାନର ବାଟ ବାହାର କରିପାରୁଛନ୍ତି । ଆନ୍ଦ୍ରପ୍ରଦେଶର ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରି ମାନେ ମାଣିକପାଟଣା ଆସିବାର ଖବର ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟରେ ଥାଇ ମଧ୍ୟ କାହିଁକି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆ ନଯାଇ ଏତେ ହାଲକାଭାବେ ନେଲେ କ’ଣ ପା‌ଇଁ ବୋଲି ପ୍ରଶ୍ନ କରୁଛନ୍ତି ଜିଲ୍ଲା ବାସୀ । ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପରିସ୍ତ ଅଧିକାରୀଙ୍କୁ ଜଣାଇବା ସହ ଆଇନ ଅନୁଯାଇ ପଦପେକ୍ଷ ନିଆଜିବ ବୋଲି ପ୍ରକାଶ କରିଛନ୍ତି । ସୁଚନା ଥାଉକି ଗଙ୍ଗାବାଡ ପଞ୍ଚାୟ ବାସିନ୍ଦା ଯାତାୟତ କରିବା ପାଇଁ ଆନ୍ଦ୍ରପ୍ରଦେଶର ମନ୍ଦସା ମଣ୍ଡଳମ ଉପରେ ନିର୍ଭର କରୁଥିବା ବେଳେ ଚିକିତ୍ସା ନିମନ୍ତେ ମଧ୍ୟ ଆନ୍ଦ୍ର ଉପରେ ନିର୍ଭର କରୁଥିବା ସୁଚନା ମିଳିଛି । ଯାହାଫଳରେ ସେମାନେ ବାଧ୍ୟ ହୋଇ ଆନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ସେମାନଙ୍କ ପାଇଁ ଦିର୍ଘବର୍ଷ ହେବ ଓଡିଶା ସରକାର ଓଡିଶା ଦେଇ ରାସ୍ତାଟିଏ ମଧ୍ୟ କରିପାରୁନାହିଁ ଯାହାଫଳରେ ସେମାନେ ନା ଆନ୍ଦ୍ରକୁ ଛାଡିପାରୁଛନ୍ତି ନା ଓଡିଶାରେ ଶାନ୍ତିରେ ରହିପାରୁଛନ୍ତି । ଏହିିିି ବିଷୟରେ ତିନି ଦୀନ ତଳେ ଆନ୍ଦ୍ର ବିରୋଧରେ ମୁହଁ ଖୋଲୁଥିବା ପୁର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ମିଛ ମାମଲାରେ ଫସାଇଥିଲେ କିଛି କୁଚକ୍ରି ଗୋଷ୍ଠି ଯାହାକୁ ନେଇ ତାଙ୍କୁ ଆନ୍ଦ୍ର ପୋଲିସ ଜେଲରେ ଭର୍ତ୍ତି କରିବା ପାଇଁ ଖୋଜି ବୁଲୁଛି । ଯଦି ରାଜ୍ୟ ସରକାର ସମୟ ଥାଉଣୁ କିଛି ଆବଶ୍ୟକୀୟ ପଦକ୍ଷେପ ନ ନିଆଯାଏ ତେବେ ଆନ୍ଧ୍ରପ୍ରଦେଶର ଆଧିିିପତ୍ୟ ସେଠାରେ ଯେମିତି ଦିନକୁ ଦିନ ବଢିଚାଲିଛି ଆମ କିଛି ବର୍ଷ ମଧ୍ୟରେ ଆନ୍ଧ୍ର ପ୍ରଦେଶର ର ଏହି ଅଞ୍ଚଳକୁ ନିଜ କବ୍ଜାକୁ ନେବାକୁ ‌ ପ୍ରୟାସ କରୁୁଛି। ସେଥିରେ କୈାଣସି ପ୍ରକାର ସନ୍ଦେହ ନଥିବା ପ୍ରକାଶ କରିଛନ୍ତି ସେହି ଅଞ୍ଚଳବାସୀ ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here