ଜାତୀୟ ସେବା ଯୋଜନା ଦିବସ ପାଳନ

0
347

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଡିଗ୍ରୀ ମହାବିଦ୍ୟାଳୟ ସଭା ଗୃହ ରେ ଆଜି ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇ ଯାଇଛି।ଏହି ଅବସରରେ ଯୋଜନା ସଂଯୋଜକ ତଥା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ଗନ୍ତାୟତ ଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ଭାବେ ଯୁକ୍ତ ଦୁଇ ଅଧକ୍ଷ ଶଶାଙ୍କ ଶେଖର ତ୍ରିପାଠୀ,ଅଧ୍ୟାପକ ଜଗମୋହନ ବାଘ,ମଦ୍ରାକ୍ଷ ନାୟକ ଓ ଜୟରାମ ମନୋହର,ଅଧ୍ୟାପିକା ମନୀଷା ସରକାର ପ୍ରମୁଖ ଯୋଗ ଦେଇ ଥିବା ବେଳେ ଅଧ୍ୟାପିକା ଉର୍ମିଳା ବ୍ରହ୍ମା ମଞ୍ଚ ପରିଚାଳନା କରି ଥିଲେ।ଅଧକ୍ଷତା କରୁ ଥିବା ଅଧକ୍ଷ ଓ ମୁଖ୍ୟ ଅତିଥି ଆଜିର ଦିବସ ର ତାତ୍ପର୍ଜ୍ୟ ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ।ଉକ୍ତ କାର୍ଯ୍ୟ କ୍ରମ ରେ ୪୧ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଥିବା ବେଳେ ଅଧ୍ୟାପିକା ଚନ୍ଦନା ପଣ୍ଡା ଧନ୍ୟବାଦ ଅର୍ପଣ କରି ଥିଲେ।ସଭା ସାଙ୍ଗ ପରେ ମହାବିଦ୍ୟାଳୟ ପରିସରରରେ ସ୍ଵଛ ଭାରତ ଅଭିଯାନ ଦ୍ୱାରା ୪୧ ଜଣ ଛାତ୍ର ଛାତ୍ରୀ ପରିବେଶ କୁ ସଫା ସୁତୁରା କରିଥିଲେ।ଉକ୍ତ କାର୍ଯ୍ୟ କ୍ରମ ରେ ମହାବିଦ୍ୟାଳୟର କର୍ମଚାରି ମାନେ ସହଯୋଗ କରିଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here