ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

0
471

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବରିଷ୍ଠ ସାମ୍ବାଦିକ ଅମିତାଭ ପଟ୍ଟନାୟକଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ଏବଂ ସେ କିଛିଦିନ ହେଲା ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ। ତାଙ୍କ ପତ୍ନୀ ଶ୍ରୀମତୀ କିଶୋରୀ ପଟ୍ଟନାୟକ,ଏକ ପୁଅ ଅଶୋକ,ଏକ ଝିଅ ଦୀପାଞ୍ଜଳୀ ଓ ଜ୍ୱାଇଁ ଶ୍ରୀ ଅମିତ ପଟ୍ଟନାୟକଙ୍କ ସମେତ ପରିବାରବର୍ଗ ଓ ଗଣ୍ୟମାନ୍ୟ ବ୍ୟକ୍ତି ଅନ୍ତିମ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।
ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ଅମିତାଭ ପଟ୍ଟନାୟକ ଗଞ୍ଜାମ,ଗଜପତି ଜିଲ୍ଲା ସମେତ ଓଡ଼ିଶାର ଅନେକ ଅଞ୍ଚଳରେ ସାମ୍ବାଦିକ କ୍ଷେତ୍ରର ଜଣେ ସାଧକ, ସଂଗ୍ରାମୀ,ଲେଖକ ଓ ପ୍ରକାଶକ ଭାବେ ସୁନାମ ଅର୍ଜନ କରିଥିଲେ। ଦୈନିକ ଆଶା,ପ୍ରଗତିବାଦୀ ବ୍ୟତୀତ କେତେକ ଦୈନିକ ସମ୍ବାଦପତ୍ରରେ ସାମ୍ବାଦିକତା କରି ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ସମ୍ପ୍ରତି ସେ “ଆମ କଳିଙ୍ଗ ଖବର” ଓ “ତାଜା ଖବର” ନାମକ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ଓ ପ୍ରକାଶକ ଥିଲେ। ଏହା ବ୍ୟତୀତ ସେ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ୟୁନିୟନ ସହ ଜଡିତ ଥିଲେ ଏବଂ ପ୍ରଗତିବାଦୀ ସାହିତ୍ୟ ସଂଘର ସାଧାରଣ ସମ୍ପାଦକ ଥିଲେ। ଆଜି ତାଙ୍କ ବିୟୋଗରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ସାମ୍ବାଦିକମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ସମାଜ ସେବୀ ତଥା ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟତମ ନେତ୍ରୀ ଈଶ୍ୱରୀ ରାଉତଙ୍କ ଭିଣୋଇ ଙ୍କ ବିୟୋଗ ନେଇ ଅନେକ ସହକର୍ମୀ ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here