ବୁଗୁଡ଼ାରେ ୪୯ % ଓ ପୋଲସରାରେ ୪୮ % ଟିକାଦାନ

0
243

ବୁଗୁଡା / ପୋଲସରା : ପୋଲସରା ନିର୍ବାଚନ ମଣ୍ଡଳୀରେ ୨୦୨୧ ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ହାରାହାରି ୪୮.୫ % ଟିକାଦାନ ହୋଇଥିବା ବେଳେ ବୁଗୁଡା ବ୍ଲକରେ ୪୯ % ଓ ପୋଲସରା ବ୍ଳକରେ ୪୮ % ଟିକାଦାନ ହୋଇଥିବା ବୁଗୁଡା ବିଡ଼ିଓ ତଥା ନୋଡାଲ ଅଫିସର ତନ୍ମୟ ପାତ୍ରଙ୍କ ଦ୍ୱାରା ପ୍ରେରିତ ବିବରଣୀରୁ ଜଣାପଡିଛି। ବୁଗୁଡା ବ୍ଲକରେ ୧୮ ବର୍ଷ ରୁ ଉର୍ଦ୍ଧ୍ବ ୯୪,୫୦୭ ଜଣ ତାଲିକା ଭୁକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୪୬,୩୭୬ ଜଣ ବ୍ୟକ୍ତି ପ୍ରଥମ ଟୀକା ନେଇସାରିଛନ୍ତି। ଅର୍ଥାତ ପ୍ରାୟ ୪୯ % ବ୍ୟକ୍ତି ପ୍ରଥମ ଟୀକା ଗ୍ରହଣ କରିଛନ୍ତି। ସେହିପରି ୨୦,୧୧୭ ଜଣ ବ୍ୟକ୍ତି ଦ୍ଵିତୀୟ ଟୀକା ନେଇଥିବା ବେଳେ ବୁଗୁଡା ବ୍ଳକରେ ଏହା ମୋଟ ସଂଖ୍ୟାର ୨୯.୨୯ ପ୍ରତିଶତ ଅଟେ। ପୋଲସରା ବ୍ଳକରେ ୧୮ ବର୍ଷରୁ ଉର୍ଦ୍ଧ୍ବ ୧,୧୪,୨୬୧ ଜଣ ତାଲିକା ଭୁକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୫୫,୦୨୫ ଜଣ ବ୍ୟକ୍ତି ପ୍ରଥମ ଟୀକା ନେଇଛନ୍ତି। ଅର୍ଥାତ ପ୍ରାୟ ୪୮ % ବ୍ୟକ୍ତି ପ୍ରଥମ ଟୀକା ନେଇଛନ୍ତି। ସେହିପରି ୨୫,୫୬୩ ଜଣ ବ୍ୟକ୍ତି ଦ୍ଵିତୀୟ ଟୀକା ନେଇଥିବା ବେଳେ ଏହା ମୋଟ ସଂଖ୍ୟାର ୨୨.୩୭ ପ୍ରତିଶତ ଅଟେ। ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଲକରେ ପ୍ରଥମ ଟୀକା ୪୯ % ଓ ଦ୍ଵିତୀୟ ଟୀକା ୨୯.୨୯ % ହୋଇଥିବା ବେଳେ ପୋଲସରା ବ୍ଳକରେ ପ୍ରଥମ ଟୀକା ୪୮ % ଓ ଦ୍ଵିତୀୟ ଟୀକା ୨୨.୩୭ % ଅଟେ। ବୁଗୁଡା ବ୍ଲକ ଅପେକ୍ଷା ପୋଲସରା ବ୍ଲକ ପ୍ରଥମ ଟିକାରେ ଏକ ପ୍ରତିଶତ କମଥିବା ବେଳେ ଦ୍ଵିତୀୟ ଟିକାରେ ସାତ ପ୍ରତିଶତରୁ ଉର୍ଦ୍ଧ୍ବ କମ ଟିକାଦାନ ହୋଇଛି। ରାଜ୍ୟ ଟିକାଦାନ ହାରଠାରୁ ଉଭୟ ବ୍ଲକ କମ ଥିବା ଜଣାପଡିଛି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here