ବେଲଗୁଣ୍ଠା ଖଦାଳ ସାହି କାଳୀମନ୍ଦିରରେ ବିଗ୍ରହ ଅବସ୍ଥାପିତ

0
224

ବେଲଗୁଣ୍ଠା:ବେଲଗୁଣ୍ଠା ଖଦାଳ ସାହି ସ୍ଥିତ କାଳୀ ମନ୍ଦିରରେ ଶ୍ରୀ ମାଁ ରୁଦ୍ରକାଳୀଙ୍କ ବିଗ୍ରହ ଅବସ୍ଥାପିତ ହୋଇଯାଇଅଛି ।ସାହି ବାସିନ୍ଦା ନାନକ ନାଇକ ମାଁଙ୍କ ଉଦ୍ଦେଶ୍ୟରେ ପିତ୍ତଳ ବିଗ୍ରହଟି ମନ୍ଦିରକୁ ପ୍ରଦାନ କରିଥିବା ଜଣାପଡ଼ିଛି ।ଆଜି ସକାଳ ୯ ଘଣ୍ଟା ସମୟରେ ବ୍ରହ୍ମପୁର ରୁ ବେଲଗୁଣ୍ଠା ଜଳ ଯୋଗାଣ,ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଖଦାଳ ସାହି ବାସିନ୍ଦା କୋଭିଡ୍ ମାର୍ଗଦର୍ଶିକାନୁଯାୟୀ ଏକ ବଣ୍ଣାଢ୍ୟ ଶୋଭାଯାତ୍ରାରେ ମାଁ ରୁଦ୍ର କାଳୀଙ୍କ ରଥକୁ ବେଲଗୁଣ୍ଠା ସହର ପରିକ୍ରମା କରାଇ ଖଦାଳ ସାହିରେ ନିର୍ମିତ ନୂତନ ମନ୍ଦିରରେ ଅବସ୍ଥାପିତ କରାଇଥିଲେ ।ନୁତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପରେ ଶ୍ରୀ ମାଁ ରୁଦ୍ର କାଳୀ ମନ୍ଦିରରେ ଦୈନନ୍ଦିନ ରିତୀକାନ୍ତି ଅନୁସାରେ ପୂଜାବିଧି ସମ୍ପାଦନା କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି ।ଆଜିର ଏହି କାର୍ଯ୍ୟକ୍ରମ ଲାଲୁ ପଣ୍ଡା,ସରୋଜ ଶତପଥୀ, ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ନାନକ ନାୟକ,କାହ୍ନା ପାଣିଗ୍ରାହୀ, ଟି.ଚନ୍ଦନ ପାତ୍ର,ସୁଜିତ ବେହେରା,ରୁନା ସାହୁ,ବାବୁ ପାଣିଗ୍ରାହୀ, ଭି.ବାବୁ ପାତ୍ର,କାମ୍ପ ନାୟକ, ସୀମା ନାୟକ,ସିମାଞ୍ଚଳ ସାହୁ,ବେଲଗୁଣ୍ଠା ପ୍ରେସ୍ କ୍ଳବର ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ,ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here