ବିଦେଶୀ ମଦ ଭର୍ତ୍ତି ଟ୍ରକ ଅଟକ

0
1109

ଭଞ୍ଜନଗର (ନ୍ୟୁଜ ଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ଆଜି ଏକ ବିଦେଶୀ ମଦ ଭର୍ତ୍ତି ଥିବା ଟ୍ରକ କୁ ଆଣି ଭଞ୍ଜନଗର ଥାନାରେ ଅଟକ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଆଜି ଧୁମୁଛାଇ ଗ୍ରାମ ପଂଚାୟତ ର କେବିରି ବ୍ରହ୍ମପୁର ନିକଟରେ ଏକ ବିଦେଶୀ ମଦ ଭର୍ତ୍ତି ଟ୍ରକ ଥିବାର ସୂଚନା ପାଇଁ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଓ ଉପଜିଲ୍ଲାପାଳ ସେଠାରେ ପହଂଚି ଟ୍ରକ ର ଉଭୟ ଡ୍ରାଇଭର ଓ ହେଲ୍ପର କୁ ପଚରାଉଚରା କରିଥିଲେ। ହେଲେ କୋଣସି ସଠିକ ତଥ୍ୟ ମିଳିପାରିନଥିବାରୁ ଉଭୟ ଭଞ୍ଜନଗର ଓ ବେଲଗୁଣ୍ଠା ଥାନା ଅଧିକାରୀ ଟ୍ରକ ଟିକୁ ଜବତ କରି ଆଣି ତଦନ୍ତ ଚଲାଇଛନ୍ତି। ତେବେ ଉଭୟ ଡ୍ରାଇଭର ଓ ହେଲ୍ପର ଉକ୍ତ ଗ୍ରାମର ବୋଲି ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here