ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପରୀକ୍ଷଣ ଓ ବିଭିନ୍ନ ଉପକରଣ ବଣ୍ଟନ

0
171

ଛତ୍ରପୁର : ସ୍ଥାନୀୟ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଡାକ୍ତରୀ ପରୀକ୍ଷଣ ସହ ବିଭିନ୍ନ ଉପକରଣ ଓ ଶିକ୍ଷଣ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଇଟ୍ ସେଭର୍ସ ସଂସ୍ଥା ତରଫରୁ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ବ୍ରେଲ୍ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଭାରତ ସରକାରଙ୍କ କୁତ୍ରିମ ଅଙ୍ଗ ନିର୍ମାଣକାରୀ ସଂସ୍ଥା ତରଫରୁ ଚଳନ ଶକ୍ତି ଓ ଶବଣ ଶକ୍ତି ବାଧିତ ଛାତ୍ରଛାତ୍ରୀଙ୍କର ଡାକ୍ତରୀ ପରୀକ୍ଷଣ କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ବିଭି୍‌ନ ବ୍ଲକର୍ ଅଂଶ ଗ୍ରହଣ କରିଥିବା ମୋଟ ୧୧୦ ଜଣ ଦୃଷ୍ଟିବାଧିିତ ଶିକ୍ଷର୍ଥୀଙ୍କୁ ବ୍ରେଲ୍ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଗଞ୍ଜାମ ଓ ଛତ୍ରପୁର ବ୍ଲକରୁ ଯୋଗଦେଇଥିବା ମୋଟ ୧୦୫ ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଡାକ୍ତରୀ ପରୀକ୍ଷଣ ସହ ସ୍ୱତନ୍ତ୍ର ଯୋତା ଓ ଶବଣ ଯନ୍ତ୍ର ପ୍ରଦାନ ନିମନ୍ତେ ପଞ୍ଜୀକୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଅନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାଷନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଜିଲ୍ଲା ସମ୍ବଳ କେନ୍ଦ୍ର ପରିଦର୍ଶନ ପରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଛନ୍ତି । ଶିକ୍ଷାର୍ଥୀ ମାନଙ୍କର ବୌଦ୍ଧିକ ସ୍ତର ନିମ୍ନ ରହୁଥିବାରୁ ସେମାନଙ୍କ ବିକାଶ ପାଇଁ ଉକ୍ତ ଶୈକ୍ଷିକ ଉପକରଣ ଗୁଡିକ ବେଶ ଉପଯୋଗୀ ହୋଇପାରିବ । ସମସ୍ତ ଅଭିଭାବକମାନେ ଏହି ଉପକରଣ ଗୁଡିକର ଉଚିତ୍ ବ୍ୟବହାର କରିପାରିଲେ ଶିକ୍ଷାର୍ଥୀମାନଙ୍କର ନିଶ୍ଚୟ ବୌଦ୍ଧିକ ବିକାଶ ହୋଇପାରିବ ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଭାଷନ୍ ଦୃଢୋକ୍ତି ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ଓ ବରିଷ୍ଠ ବୈଷୟିକ ପରାମର୍ଶଦାତା ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା ଉପସ୍ଥିତ ରହି ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ସମସ୍ତ ସ୍ତରର କର୍ମକର୍ତ୍ତା ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ସାଇଟ୍ ଓଭେର୍ସ ସଂସ୍ଥାର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରାଙ୍କ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତଃର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ସହ ଶିକ୍ଷା ଅଧିକାର ଅଧିନିୟମ ୨୦୧୬ ଅନ୍ତର୍ଗତ ସମସ୍ତ ୨୧ ପ୍ରକାର ଭିନ୍ନକ୍ଷମତା ଉପରେ ସ୍ୱତନ୍ତ୍ର ଆଲୋକପାତ କରିଥିଲେ । ଭାରତ ସରକାରଙ୍କ କୁତ୍ରିମ ଅଙ୍ଗ ନିର୍ମାଣକାରୀ ସଂସ୍ଥାର କର୍ମକର୍ତ୍ତା ସ୍ୱାତୀ ସୁଚରିତା ଗିରି, ଗୁରୁଦେବ ଲେଙ୍କା ଓ ରାଜେଶ କୁମାର ନନ୍ଦ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଡାକ୍ତରୀ ପରୀକ୍ଷଣ କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ଏମ୍‌. ଡମ୍ବୁରୁ ଦୋରା, ବିଜୟ କୁମାର ବେହେରା, ଅଶ୍ୱିନୀ ପାଇକରାୟ, ହେମନ୍ତ ନନ୍ଦ, ଉପେନ୍ଦ୍ର ସେଠୀ, ସୁଶାନ୍ତ କୁମାର ଡାକୁଆ, ଦୀପାଞ୍ଜଳି ମହାନ୍ତି, ଅଜୟ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here