ବେଲଗୁଣ୍ଠା ଶ୍ରୀ ଲକ୍ଷ୍ମୀ ନୃସିଂହ ଙ୍କ ସର୍ବାଙ୍ଗ ଚନ୍ଦନ ବେଶ

0
226

ବେଲଗୁଣ୍ଠା:ଗଞ୍ଜାମ ଜିଲ୍ଲାର ସଂସ୍କୃତି ପରମ୍ପରା କ୍ଷେତ୍ରରେ ଘୁମୁସର ଅଞ୍ଚଳର ବେଲଗୁଣ୍ଠା ସହରର ସ୍ଥାନ ସୄତନ୍ତ୍ର ।ବିଶେଷ କରି ବେଲଗୁଣ୍ଠା ସହରର ବଡଦାଣ୍ଡରେ ବିରାଜମାନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠ ଆଧ୍ୟାତ୍ମିକ ପରିସରରେ ସର୍ବତ୍ର ବ୍ୟାପିତ ।ବହୁ ଦୂର ଦୁରାନ୍ତୁ ଶ୍ରଦ୍ଧାଳୁ ମାନେ ଆସି ଠାକୁରଙ୍କ ଦର୍ଶନ ଲାଭ କରିଥାଆନ୍ତି ।ଆଜି ପ୍ରଭୁଙ୍କ ସେବକ ମାଧଙ୍କ ଦ୍ୱାରା ସର୍ବାଙ୍ଗ ଚନ୍ଦନ ବେଶ ଅନୁଷ୍ଠିତ ହୋଇଯାଇଅଛି ।ଏହି ବେଶ ଦେଖିବା ପାଇଁ ଆଜି ମନ୍ଦିରରେ ଭକ୍ତ ମାନଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଛି ।ବେଲଗୁଣ୍ଠା ସହରରେ ରହୁନଥିବା ଲୋକେ ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ଠାକୁରଙ୍କ ସର୍ବାଙ୍ଗ ଚନ୍ଦନ ବେଶର ଦର୍ଶନ କରି କୃପା ଲାଭ କରୁଛନ୍ତି ବୋଲି କିଛି ଶ୍ରଦ୍ଧାଳୁ ପ୍ରକାଶ କରିଛନ୍ତି ।ଆଜିର ଏହି ବେଶକୁ ସେବକ ପବିତ୍ର କୁମାର ପଣ୍ଡା,ସତ୍ୟ ନାରାୟଣ ସ୍ୱାର,ରାମକୃଷ୍ଣ ପଣ୍ଡା, କାଳୀଚରଣ ପଣ୍ଡା, ଗୋବିନ୍ଦ ପଣ୍ଡା,ରାମାନୁଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମସ୍ତ ରିତୀକାନ୍ତି ପ୍ରକାରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ବେଶ ସମାପନ କରିଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here