ଅଚାନକ ଚଢ଼ାଉ,ଦେଶୀରନ୍ଧା ମଦ ଜବତ, ୭ ମହିଳାଙ୍କ ସମେତ ୯ ଗିରଫ

0
227

ପାରଳାଖେମୁଣ୍ଡ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସହିତ ଗୁମ୍ମା ବ୍ଲକର ନେରେଡି ଗୁଡ଼ା ଗ୍ରାମ ରେ ଅଚାନକ ଚଢ଼ାଉ କରାଯାଇଥିଲା ଯାହା କି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ସଂସ୍ଥା, ଗଜପତି ଜିଲ୍ଲା ଅବକାରୀ ବିଭାଗର ମିଳିତ ଚଢଉ ବିଭିନ୍ନ ସ୍ଥାନରେ କରାଯାଇଥିଲା । ଏଥିରେ ବ୍ୟାପକ ପରିମାଣର ଚୋରା ଦେଶୀ ମଦ ଜବତ କରାଯିବା ସହ ବହୁ ପରିମାଣର ପୋଚ ନଷ୍ଟକରାଯାଇଥିବାର ଜଣାପଡିଛି । ଏହି ଅବସରରେ ଅବକାରୀ ବିଭାଗୀୟ ପକ୍ଷରୁ ଗତକାଲି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଗୁମ୍ମା ବ୍ଲକର ନେରେଡିଗୁଡା ଗ୍ରାମ ଆଦି ଠାରେ ଅଚାନକଚଢାଉ କରାଯାଇ ମୋଟ ୭ହଜାର କେଜି ଗୁଡ ଓ ମହୁଲ ମିଶ୍ରିତ ପୋଚ ସମେତ ୬୬୬ଲିଟର ବେଆଇନ୍ ଭାବେ ପ୍ରସ୍ତୁତ ହାତ ରନ୍ଧା ମହୁଲି ମଦ ଜବତ ସହ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାରଳାଖେମୁଣ୍ଡି ସହରର ପି.ବାଲାଜି, ପି.ଜଗଦୀଶ୍ୱର, କେ.ବୁଟୁ, ପି. ଜନ୍ତାମ୍ମା, ଜି.ଜ୍ୟୋତିଆମ୍ମା, ପି. ସରସାଆମ୍ମା, ପି. ଅଲିରାମୁଲୁଆମ୍ମା, ଡି.ଜ୍ୟୋତି, ଏମ୍‌. ସରୋଜିନି ଏବଂ ଫେରାର ଥିବା ଅଭିଯୁକ୍ତ ହେଲେ ଡିଏସ୍ ଆନନ୍ଦ ରାଓ । ଗିରଫ ୯ଜଣଙ୍କ ମଧ୍ୟରୁ ୭ଜଣ ମହିଳା ବୋଲି ମଧ୍ୟ ଜଣାପଡିଛି । ବିସ୍ବସ୍ତ କିଛି ବ୍ୟକ୍ତିବିଶେଷ ଙ୍କୁ ରାଜନୈତିକ ଚାପରେ ମଧ୍ୟ ଛଡ଼ା ଜଣାଇଥିବା ଖବର ମିଳୁଛି, ସେହିପରି ଗୁମ୍ମା ବ୍ଲକର ନେରେଡିଗୁଡା ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ଚଢଉ କରାଯାଇ ଗୁଡ ଓ ମହୁଲ ମିଶ୍ରିତ ପୋଚକୁ ଜବତ କରାଯାଇ ନଷ୍ଟ କରାଯିବା ସହ ଏଥିରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଯଥା ଟିଣଡବା, ପ୍ଲାଷ୍ଟିକ ଡ୍ରମ ଆଦିକୁ ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ସଂସ୍ଥାର ଡେପୁଟି ସୁପରିଟେଣ୍ଡେଣ୍ଟକେ.ସେଠୀ, ଇନ୍ସିପେକ୍ଟର ହୃଦୟା ଚନ୍ଦ୍ର ସାମନ୍ତ ପ୍ରମୁଖଙ୍କ ସମେତ ଗଜପତି ଜିଲ୍ଲା ଅବକାରୀ ବିଭାଗୀୟ ବହୁତ ଅଧିକାରୀ ଓ କର୍ମଚାରୀ ଙ୍କ ମିଳିତ ଆନୁକୁଲ୍ୟରେ ଚଢ଼ାଉ କରାଯାଇଥିଲା ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here