ଦିଗପହଣ୍ଡି ଇଲାକାରେ ପୁଣିଥରେ ମହୁଲୀମଦ ଜବତ :୨ ଗିରଫ

0
358

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଇଲାକାରେ ପୁଣିଥରେ ଦିଗପହଣ୍ଡି ପୋଲିସ ଦ୍ବାରା ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ୩୫ ଲିଟର ମହୁଲୀ ମଦ , ଦୁଇଟି ବାଇକ ଜବତ କରିଥିବା ବେଳେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପାଟପୁର ଥାନା ହଂସରାଳ ଗ୍ରାମର ପ୍ରତାପ ଚନ୍ଦ୍ର ଜେନା ଏବଂ ବ୍ରହ୍ମପୁର ସଦର ଥାନା ଆମ୍ବଗଡ ଗ୍ରାମର ସୂର୍ଯ୍ୟ ବେହେରା ବୋଲି ଖବର ମିଳିପାରିଛି । ଖବରନୁଯାୟୀ , ରବିବାର ବଡି ଭୋର ସମୟରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ପେଟ୍ରୋଲି କରୁଥିବା ସମୟରେ ଜିନିଗୁଡା ଛକ ନିକଟରୁ ଅଭିଯୁକ୍ତ ପ୍ରତାପ ନିଜ ଏକ୍ସଏଲ୍ ୧୦୦ ( ଓଡି୦୭ ଡାବ୍ଳ୍ଯୁ ୫୩୯୨ ) ବାଇକ ଯୋଗେ ୧୫ ଲିଟର ଧରି ବେଆଇନ ଭାବେ ଯାଉଥିଲା । ସେହିପରି ଅଭିଯୁକ୍ତ ସୂର୍ଯ୍ୟ (ଓଆର୍ ୦୭ ଜେ ୬୧୨୦) ଯୋଗେ ବେଆଇନ ଭାବେ ୨୦ ଲିଟର ମହୁଲୀ ମଦ ଧରି ଆସୁଥିବା ବେଳେ ମହୁରୀକାଳୁଆ ନିକଟରେ ଚଢ଼ାଉ କରି ଗିରଫ କରି ଥାନାରେ ଅଟକ ରଖିଥିବା ଜଣାପଡିଛି । ଏନେଇ ଦିଗପହଣ୍ଡି ଥାନା ପୃଥକ ମାମଲା ୧୦୯/୧୧୦-୨୦୨୦ ଏବଂ ଅବକାରୀ ଆଇନର ଧାରା ୫୨ (ପ) ଅନୁସାରେ ମକଦ୍ଦମା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here