ମ୍ୟାକ୍ସପିକାଅପ ସହ ୧୮୦, କେଜି ଗଞ୍ଜେଇ ଜବତ; ଜଣେ ଗିରଫ

0
242

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଶବରପଲ୍ଲୀ ଛକ ନିକଟରେ ସର୍ବପରି ଗଞ୍ଜେଇ ଚାଲାଣ ହେଉଥିବା ଛକ ନିକଟରେ ଗଜପତି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲା ର ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା ଏବଂ ସେଠାରେ ୧୮୦କେଜି ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପେଟ୍ରୋଲଂ ଟିମ୍ ପହଞ୍ଚିଥିଲେ । ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରାଯିବା ସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଥିବା ଏକ ମ୍ୟାକ୍ସ ପିକାଅପ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ ତତ୍ୱାବଧାନରେ ହୋଇଥିବା ଏହି ଚଢଉରେ ପାରଳାଖେମୁଣ୍ଡି ସଦର ନିରୀକ୍ଷକ ବାଳକୃଷ୍ଣ ପରିଡା ଓ ଆର୍‌.ଉଦୟଗିରି ଉପନିରୀକ୍ଷକ ବିଙ୍ଗରାଜ ଦାମୀଙ୍କ ନେତୃତ୍ୱରେ ହିଁ ଏହି ଚଢାଉ ହୋଇଥିଲା । ଅବକାରୀ ବିଭାଗର ସୂତ୍ରରୁ ପ୍ରକାଶ ଯେ ଏଠାରେ ଲଗାତାର ଗଞ୍ଜେଇ ମାଫିଆ ମାନେ ସକ୍ରିୟ ଭାବେ ପ୍ରତ୍ୟେକ ଦିନ ଗଞ୍ଜେଇ ଚାଲାଣ ହେଉଛି। ଫଳରେ ଏହା ଅନୁସନ୍ଧାନ ପାଇ, ଆର୍‌.ଉଦୟଗିରି ଥାନା ଶବରପଲ୍ଲୀ ଛକ ନିକଟରୁ ଗଞ୍ଜେଇ ଚାଲାଣ ହେଉଥିବା ସ୍ଥଳକୁ ଚଢଉ କରାଯାଇଥିଲା । ଏହି ଚଢଉରେ ଓଆର ୦୨ଏସି ୮୨୧୮ ନମ୍ବର ବିଶିଷ୍ଟ ମ୍ୟାକ୍ସପିକାଅପ ଭ୍ୟାନରୁ ୧୮୦କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଅନୁଗୁରୁ ଲାଟିଙ୍ଗି ଗ୍ରାମର ମୋହନ ମଣ୍ଡଳ (୨୩) ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଥିବାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି। ଏହି ଚଢଉରେ ଅବକାରୀ ବିଭାଗର ଏସ୍‌ଆଇ ଘନଶ୍ୟାମ ଜେନା, କନେଷ୍ଟବଳ କିସୋର ଘଡାଇ, ହର ପ୍ରିୟାଦେବୀ, ସୁଶୀଲ ଗଣ୍ଠିଆ, ପ୍ରଭାତ କୁମାର ନାଗବଂଶ ପ୍ରମୁଖ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here