ଆଧୁନିକ କରଣ ହେବ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

0
242

ବୁଗୁଡା : ଆଧୁନିକ କରଣ ହେବ ବୁଗୁଡା ବ୍ଲକର କରୁଣ ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ସୁନ୍ଦର ପରିବେଶ ସମସ୍ତ ଅଧିକାରୀଙ୍କୁ ଆକୃଷ୍ଟ କରିପାରିଛି ମାଣିତରା ମେଡିକାଲ। ସେଥିପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତିନି ମହଲା ବିଶିଷ୍ଠ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ହୋଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ଆଶାକରାଯାଇଛି। ଏନେଇ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଏକ ବୈଠକ ସେପ୍ଟେମ୍ବର ୦୬ ତାରିଖ ଦିନ ଅନୁଷ୍ଠିତ ହୋଇ ଆଲୋଚନା ହୋଇଥିଲା। ଏହି ବୈଠକରେ ଭୁବନେଶ୍ୱରରୁ କ୍ବାଲିଟ ଏସୁରେନ୍ସ ଅଫିସର ସଞ୍ଜୟ କୁମାର ପରିଡା, କରୁଣା ଟ୍ରଷ୍ଟ ସିଏଫଓ ହୃଷିକେଶ ପ୍ରହରାଜ, ରାଜ୍ୟ ସଂଯୋଜକ ଚନ୍ଦ୍ର ଶେଖର ଭୋରା, ଜିଲ୍ଲା ସଂଯୋଜକ ବନୋଜ ପଣ୍ଡା, ଗୌଡ଼ଗୋଠ ମେଡିକାଲ ଷ୍ଟାପ ଓ ପାଣ୍ଡିରିପଡା ମେଡିକାଲ ଷ୍ଟାପ ଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଖଦାଳ ଖଟେଇ, ମାଣିତରା ମେଡିକାଲ ଅଫିସର ଡାକ୍ତର ଦୟାନିଧି ରାଉତ, ଆୟୁଷ ଡାକ୍ତର ଦୁର୍ଗାପ୍ରସାଦ ବିଶ୍ୱାଳ, ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ୍ ବିଶ୍ଵଜିତ ପ୍ରଧାନ, ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର ଓ ଟେକିନିସିଆନ କାଳୀ ପ୍ରସାଦ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here