ରିତିକାନ୍ତି ଅନୁଯାୟୀ ଆମ୍ବପୁଆରେ ପାଳିତ ହେଲା ବାହୁଡ଼ା ଯାତ୍ରା

0
271

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ବ୍ରହ୍ମପୁର ୪୦-ନଂ ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ କୋଭିଡ ଗାଇଡ଼ ଲାଇନ କୁ ମାନି ରଥଯାତ୍ରାର ନୀତିକାନ୍ତି ଅନୁସାରେ ବାହୁଡା ଯାତ୍ରା ପାଳିତ ହୋଇଯାଇଛି।କରୋନା ମହାମାରୀ ଯୋଗୁଁ ଆମ୍ବପୁଆ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଚଳିତ ବର୍ଷ କମ୍ ଭକ୍ତରେ ପାରମ୍ପରିକ ପୁଜା ସହ ଠାକୁରଙ୍କୁ ପହଣ୍ଡି କରଯାଇଥିଲା।ମୁଖ୍ୟ ପୂଜାରୀ ଭାବେ ବୁଲା ପାଢ଼ୀ ଦାୟିତ୍ୱ ସମ୍ପାଦନା କରିଥିବା ବେଳେ ଶରତ ପାଢ଼ୀ,ଦିଲୀପ ପାଢ଼ୀ,କୁନା ପାଢ଼ୀ,ଶାନ୍ତୁନ ପାଢ଼ୀ ପ୍ରମୁଖ ପ୍ରମୁଖ ସହଯୋଗ କରିଥିଲେ।ଆଖପାଖ ଅଞ୍ଚଳରୁ ଆସିଥିବା ଭକ୍ତ ଗଣ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଖକୁ ଯାଇ ନପାରି ଦୂର ରୁ ଦର୍ଶନ କରି ଜଗତର ଆରାଧ୍ୟ ଦେବତାଙ୍କୁ ଭକ୍ତି ନୈବେଦ୍ୟ ରୁଦ୍ଧ ଭରା କଣ୍ଠରେ ଅର୍ପଣ କରିଥିଲେ।ଆଜି ଏହି ଅବସରରେ ରେ ଗ୍ରାମର ବୁଦ୍ଧିଜୀବୀ ଡିଲ୍ଲେଶୁ ରେଡ଼ି,ଯୁବ ସାମ୍ବାଦିକ ସାଗର ମହାରଣା,ପୂର୍ବତନ କର୍ପୋରେଟର ଜି.ଗୋପଳ ରେଡ୍ଡୀ,ବାଲାଜି ମହାରଣା,ଶିବ ମହାରଣା,ଗୁରୁନନ୍ଦନଦ ରାଓ , ସୀମାଞ୍ଚଳ ମହାରଣା ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here