୫୩ କେଜିରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ଜବତ

0
276

ଆସିକା : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ର ଚଢ଼ାଉ l ୫୩ କେଜି ରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ସହିତ ଦୁଇ ଗଞ୍ଜେଇ ମାଫିଆ ଗିରଫ ଓ ଗୋଟିଏ ମହିନ୍ଦ୍ରା ମେକ୍ସ ପିକଅପ ଭେନ୍, ଗୋଟିଏ ମୋଟର ସାଇକେଲ ଜବତ l ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଣ୍ଡଦେଉଳି ଗାଁ ନିକଟରେ ଆଜି ସକାଳ ୫ ଟା ସମୟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗୋଟିଏ ପିକଅପ ଭେନ୍ ରୁ ପାଖାପାଖି ୫୩ କେଜି ରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ସହିତ ଗୋଟିଏ ମୋଟର ସାଇକେଲ ଜବତ କରିବାରେ ସଫଳ ହୋଇଛି ପୋଲିସ l ଏହା ସହିତ ପିକଅପ ଭେନ୍ ର ଡ୍ରାଇଭର କନ୍ଧମାଳ ବାଲିଗୁଡା ଅଞ୍ଚଳର ସରୋଜ ଦିଗାଲ ଓ ଗଞ୍ଜେଇ ମାଫିଆ ଆସିକା ଥାନା ନଳବଣ୍ଟା ର ବାସୁଦେବ ଗୌଡ଼ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ l ଅନ୍ୟପଟେ ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଚାଲାଣ ହେଉଥିଲା ତାହାର ଅନୁସନ୍ଧାନ ଜାରିରଖିଛି ପୋଲିସ l

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here