ଉତ୍କଳ ଯୁବକ ସଂଘ ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
353

ଶେରଗଡ଼(ହିମାଂଶୁ ବେହେରା) ଶେରଗଡ଼ ବ୍ଳକ ଅନ୍ତର୍ଗତ ବି ନୂଆପଲ୍ଲୀ ଗ୍ରାମରେ ରବିବାର ଏକ ରକ୍ତଦାନ କାର୍ଯ୍ୟକ୍ରମ ଉତ୍କଳ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ କାର୍ଯ୍ୟକ୍ରମରେ ବ୍ଲକଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ, ସମ୍ମାନିତ ଅତିଥି ଭାବେ ପଲ୍ଲିବିକାଶ ପୋଡ଼ଙ୍ଗୀ ର ଉପଦେଷ୍ଟା କିରଣ କୁମାର ପାଢ଼ୀ ଯୋଗ ଦେଇ କୋରୋନା ମହାମରୀ ସମୟରେ ରକ୍ତ ର ଅଭାବ କେମିତି ଦୂରକରିବା ଓ ରକ୍ତଦାନ ର ମହତ୍ୱ ବିଷୟରେ କହିଥିଲେ ଏବଂ ଅନ୍ୟ ସମ୍ମାନିତ ଅତିଥି ଭାବେ ହିଞ୍ଜିଳିକାଟୁ ଥାନା ଏସଆଇ ମମତା କୁମାରୀ ସାମନ୍ତରାୟ, ଶରତ କୁମାର ରାୟ ଉପସ୍ଥିତ ଥିଲେ l ଆୟୋଜିତ ରକ୍ତଦାନ ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାର ର କାର୍ଯ୍ୟକର୍ତା ମାନେ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ସହଯୋଗ ରେ ୨୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପ୍ରାଥମିକ ଚିକିତ୍ସା ସରଞ୍ଜାମ ଓ ପ୍ରମାଣପତ୍ର ପ୍ରଦାନକରି ମୂଖ୍ୟ ଓ ସମ୍ମାନିତ ଅତିଥି ଗଣ ରକ୍ତଦାତାଙ୍କ ମନୋବଳ ଓ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଟୁନା ବିଶୋୟୀ ଆୟୋଜନ କରିଥିବା ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶଂସିତ କରିବା ସହ ସେବାକାର୍ଯ୍ୟକୁ ବ୍ଯାପକ କରିବା ପାଇଁ ପରାମର୍ଶ ଦେଇଥିଲେ । ଅତିଥି ଗଣ ଓ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପଲ୍ଲିବିକାଶ ପୋଡ଼ଙ୍ଗୀ ର କୋଷାଧକ୍ଷ ଆଲୋକ କୁମାର ନାୟକ ପରିଚାଳନା କରିଥିଲେ l ବି ନୂଆପୋଲି ଗ୍ରାମର ବହୁତ ଯୁବକ ମାନେ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ଥିଲେ ।ଗ୍ରାମର ବହୁ ବୁଦ୍ଧିଜୀବୀ ମାନେ ଏହି କାର୍ଯ୍ଯକ୍ରମକୁ ନେଇ ପ୍ରଶଂସା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଉପ ସଭାପତି ଅଶୋକ ବିଶୋୟୀ, ସଭାପତି ସୁଧାକର ସ୍ୱାଇଁ ମଙ୍ଗୁଳୁ ମହାରଣା, ଜିତେନ୍ଦ୍ର ବିଶୋୟୀ, ତପନ ବିଶୋୟୀ, ଅଜିତ ବିଶୋୟୀ, ଅରୁଣ ପାତ୍ର, ଶ୍ରୀନିବାସ ବିଶୋୟୀ, ଏନl ସିଲୁ ବିଶୋୟୀ, ସମିତିସଭ୍ୟ ଦିପୁ ପାତ୍ର, ମାଧବାନନ୍ଦ ସ୍ୱାଇଁ, ଅମିତ ବିଶୋୟୀ, ରିଙ୍କୁ ବିଶୋୟୀ, ପୂର୍ବତନ ସମିତିସଭ୍ୟ ସରୋଜ କୁମାର ପାତ୍ର, ତ୍ରିଦେବ ସ୍ୱାଇଁ ଆଦି ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here