ମାଁ ଉପରେ ମରଣାନ୍ତକ ଆକ୍ରମଣ କରି ନାବାଳିକା ସହ ଦୁଷ୍କର୍ମ

0
488

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ଗତକାଲି ସଂଧ୍ୟାରେ ଲଜ୍ଜାଜନକ ତଥା ହୃଦୟ ବିଦାରକ ଘଟଣା ଘଟିଛି । ମା ’ ଉପରେ ମରଣାନ୍ତକ ଆକ୍ରମଣ କରି ନାବଳିକା ସହ ଦୁଷ୍କର୍ମା ଅଭିଯୁକ୍ତର ବର୍ବରତାରେ ପୀଡ଼ିତାଙ୍କ ମା ‘ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ କୋରାପୁଟ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ଅଭିଯୋଗ ମିଳିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମହିଳା ଗୁରୁତର , ଅଭିଯୁକ୍ତ ଗିରଫ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ସୂଚନା ଅନୁଯାୟୀ , ୧୫ବର୍ଷୀୟା ପୀଡ଼ିତ ଜଣକ ମା’ଙ୍କ ସହ ଗତକାଲି ସକାଳେ ନିଜ ମକା ଜମିକୁ କାମ କରିବାକୁ ଯାଇଥିଲେ । ସଂଧ୍ୟାରେ କାମ ସାରି ଘରକୁ ଫେରିବା ରାସ୍ତାରେ ଅଞ୍ଚଳଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ହିମିମୁଣ୍ଡା ଗାଁର ତୁଳାରାମ ମାଝା ( ୨୫ବର୍ଷ ) ହାବୁଡ଼ରେ ପଡ଼ିଥିଲେ ମା ’ ଓ ଝିଅ ଦୁହିଁଙ୍କ ରାସ୍ତା ଓଗାଳି ଅତର୍କିତ ଭାବେ ପୀଡ଼ିତାଙ୍କ ମା’ଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ଗୋଟିଏ ପଥରେ ବାରମ୍ବାର ମୁହଁକୁ ଆକ୍ରମଣ କରିବାରୁ ପୀଡ଼ିତାଙ୍କ ମା ’ ଚେତା ହରାଇ ସେଠାରେ ପଡ଼ି ଯାଇଥିଲେ । ଏହାପରେ ନାବାଳିକାକୁ ନିକଟସ୍ଥ ମକା କ୍ଷେତ ଭିତରକୁ ଅଭିଯୁକ୍ତ ଟାଣି ନେଇଥିଲା ।ହାତ , ଗୋଡ଼ ବାନ୍ଧି ନାବାଳିକା ସହ ଦୁଷ୍କର୍ମ କରିଥିଲା । ସଂଧ୍ୟା ସୁଦ୍ଧା ଉଭୟ ମା ‘ , ଝିଅ ଘରକୁ ନ ଫେରିବାରୁ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ପୀଡ଼ିତାଙ୍କ ମା’କୁ ଠାବ କରାଯାଇଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ସଣ୍ଡେ ସ୍ଵାସ୍ଥାବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ନ ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତଥାପି କୌଣସି ସୁଫଳ ନ ମିଳିବାରୁ ଶେଷରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ନାବାଳିକାଙ୍କ ଖୋଜ ଖବର ନ ପାଇ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ । ରାତିରେ ବହୁ କଷ୍ଟରେ ପୀଡ଼ିତା କାନ୍ଦି କାନ୍ଦି ଘରକୁ ଫେରିଥିଲେ । ଅଭିଯୁକ୍ତ ତୁଳାରାମ ଘଟାଇଥିବା ଜଘନ୍ୟକାଣ୍ଡ ସଂପର୍କରେ ନିଜ ବାପାଙ୍କୁ ଜଣାଇଥିଲେ । ମା ‘ , ଝିଅଙ୍କ ସହ ହୋଇଥିବା ଅତ୍ୟାଚାର ବିଷୟରେ ଗତକାଲି ରାତିରେ ହିଁ ପୁଲିସକୁ ଅବଗତ କରାଇଥିଲେ ପୀଡ଼ିତାଙ୍କ ବାପା ସମ୍ବେଦନଶୀଳ ଘଟଣା ହୋଇଥିବାରୁ ୧୧୫ | ୨୧ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ସକାଳେ ଅଭିଯୁକ୍ତ ତୁଳାରାମକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି । ଆଜି ପୀଡ଼ିତାଙ୍କ ଡାକ୍ତରୀ ମାଇନା ସରିଛି । ଆସନ୍ତକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here