ଆଇଟିଆଇ ରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ବିଧାୟକ ଙ୍କ ଦାବି

0
317

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦିତୀୟ ବୃହତ୍ତମ ସହର । ଏହା ଏକ ଉପାନ୍ତ ଆଦିବାସୀ ଅଧୁଷିତ ଅଞ୍ଚଳ ରୂପେ ପରିଚିତ । ଉଚ୍ଚ ଶିକ୍ଷା । ନିମନ୍ତେ ଏଠାରେ ବିଶେଷ ସୁବିଧା ନ ଥିବା ବେଳେ ଉମରକୋଟଠାରେ ଏକ ଆଇଟିଆଇ ( ଶିଳ୍ପ ତାଲିମ ପ୍ରତିଷ୍ଠାନ ) ରହିଛି । ପୂର୍ବରୁ ଏଠାରେ ୨୦୦ ସିଟ୍ ଥିବାବେଳେ ରାଜ୍ୟ ସରକାର ଏହାକୁ ଏବେ ୧୭୬କୁ ହ୍ରାସ କରିଛନ୍ତି । ଏହାଦ୍ୱାରା ବୈଷୟିକ ଶିକ୍ଷା ପାଇଁ ଇଚ୍ଛୁକ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏଥିସହ ଦୂରକୁ ଯାଇ ପାଠ ପଢ଼ିବା ମଧ୍ୟ ଏମାନଙ୍କ ପକ୍ଷେ = ସମ୍ଭବ ହୋଇପାରୁନି ତେଣୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଶନିବାର ବିଧାନସଭା ପ୍ରଶ୍ନକାଳରେ ଉମରକୋଟ ଆଇଟିଆଇରେ ପୁନଃ ସିଟ ସଂଖ୍ୟା ବୃଦ୍ଧି ନିମନ୍ତେ ଦାବି ରଖୁଛନ୍ତି । ବିଧାୟକଙ୍କ ଦାବି ନେଇ ଅନୁଷ୍ଠାନ ପରେ ସିଟ୍‌ ବୃଦ୍ଧି କରିବାକୁଶିକ୍ଷା ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରମାନଦନ।ୟ କ ପ୍ରତିଶ୍ରୁତି ଦେଇଛନ୍ତି । ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ପ୍ରସଙ୍ଗ ଉଠାଇଲେ ବିଧାୟକ ଏଥିସହ ଉମରକୋଟ ଆଇଟିଆଇରେ ସିଟ୍ ସଂଖ୍ୟା କମିଛି ତାହାର କାରଣ ଜାଣିବା ପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଉତ୍ତର ରଖୁଛନ୍ତି । ଅନ୍ୟପକ୍ଷରେ ଅଞ୍ଚଳରେ ଶିକ୍ଷାର ବିକାଶକୁ ଗୁରୁତ୍ବ ଦେଇ ବିଧାୟକ କରିଥିବା ଉଦ୍ୟମକୁ ନେଇ ଉମରକୋଟ ଅଞ୍ଚଳବାସୀ ଏବଂ ଆଇଟିଆଇ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here