“ଟିମ କ୍ଲିନ୍ ସିଟି’ ଉଦ୍ୟମରେ ରାଜୁ ବନଗେୟା ଜେଣ୍ଟେଲ ମ୍ୟାନ

0
242

ବ୍ରହ୍ମପୁର :ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ୍ ସିଟି ପକ୍ଷରୁ ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ ଜାରି ରହିଛି। ଟିମ ସଦସ୍ୟଙ୍କ ଉଦ୍ୟମରେ ଅସହାୟ ଅବସ୍ଥାରେ ରାସ୍ତା କଡ଼ରେ ଜୀବନ ବିତାଉଥିବା ନିରାଶ୍ରୟ ରାଜୁ ପାତ୍ରଙ୍କୁ ସେବା ପ୍ରଦାନ କରାଯାଇଛି। ରାଜୁଙ୍କ ଘର ବ୍ରହ୍ମପୁର ଉପକଣ୍ଠ ଲାଠି ଗ୍ରାମରେ। ମାନସିକ ଭାରସାମ୍ୟ ହରାଇବା ପରେ ସେ ଘରୁ ଚାଲି ଆସିଥିବା ଜଣାପଡିଛି। ଆଜି ଟିମ ସଦସ୍ୟମାନେ ଅସହାୟ ବ୍ୟକ୍ତିଙ୍କ ସନ୍ଧାନରେ ଥିବା ବେଳେ କୋର୍ଟପେଟା ଛକରେ ଥିବା ବିଡ଼ିଏ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସମ୍ମୁଖରେ ନଜରକୁ ଆସିଥିଲେ ରାଜୁ। ରାଜୁଙ୍କ ସହିତ କଥାବାର୍ତ୍ତା କରି ତାଙ୍କ ସହମତିରେ ତାଙ୍କ ମୁଣ୍ଡ ଚୁଟି ଓ ଦାଢ଼ି ସଫା କରିବା ସହ ଗାଧୋଇ ଦିଆଯାଇଥିଲା। ପରେ ତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ଖାଇବାକୁ ଦିଆଯାଇଥିଲା। ରାଜୁଙ୍କୁ କୋଭିଡ଼ ପୁର୍ବରୁ ଏକ ମନ୍ଦିର ନିକଟରୁ ଉଦ୍ଧାର କରି ତାଙ୍କୁ ପୌରପାଳିକାର ରାତ୍ରି ରହଣି ସ୍ଥଳୀରେ ରଖାଯାଇଥିଲା। କୌଣସି କାରଣ ବଶତଃ ସେଠାରୁ ସେ ଚାଲି ଆସିଥିଲେ। କୋରୋନା କଟକଣା ଦୃଷ୍ଟିରୁ ଟିମ ପକ୍ଷରୁ ଏଭଳି କର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ପୁଣି ଏହି କାର୍ଯ୍ଯ ଆରମ୍ଭ କରାଯାଇଛି। ରାଜୁଙ୍କ ସହିତ ଟିମ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ମୋଟ 83ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here