ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ,ମାଆ ଗୁରୁତର

0
478

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର ବଡ଼ ସାହିରେ ଶନିବାର ଦିନ ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ଓ ମାଆ ସହିତ ପୁଅମାନଙ୍କ ମଧ୍ୟରେ ଥିବା ପ୍ରେମ, ସ୍ନେହ ଓ ଶ୍ରଦ୍ଧାରେ ଲାଗିଛି କଳଙ୍କ। ଦୁଇ ପୁଅଙ୍କ ମାଡ଼ରେ ବାପା ଅଭିମନ୍ୟୁ ପ୍ରଧାନ ମୃତ୍ୟୁ ବରଣ କରିଥିବା ବେଳେ ଜନ୍ମଦାତ୍ରୀ ମାଆ ଅପସରା ପ୍ରଧାନ ଗୁରୁତର ଅବସ୍ଥାରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଆସନ୍ତ କାଳି ଜୁନ ୨୧ ତାରିଖ ହେଉଛି ବିଶ୍ୱ ପିତୃ ଦିବସ ହେବାକୁ ଥିବା ବେଳେ ତାହାର ପୂର୍ବ ଦିନ ଦୁଇ ପୁଅ ବାପାଙ୍କୁ ମାଡ଼ଦେଇ ମାରି ଦେଇ।ଥିବା ଯୋଗୁଁ ସିନିୟର ସିଟିଜନଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି। ବଡ଼ ପୁଅ ସୁଶାନ୍ତ ପ୍ରଧାନ ଓ ସାନ ପୁଅ ମଙ୍ଗୁଳୁ ପ୍ରଧାନ ଦୁଇ ଭାଇଙ୍କ ଏହିପରି ବର୍ବରୋଚିତ କାର୍ଯ୍ୟ କଳାପ ପାଇଁ କଳମ୍ବ ଗ୍ରାମ ସହ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ସହ ପିତୃହନ୍ତା ଦୁଇ ଭାଇକୁ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ ଦାବୀ ହୋଇଛି। ଖବର ପାଇ ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲିକ ଘଟଣା ସ୍ଥଳରେ ପହଞ୍ଚି ଅଭିମନ୍ୟୁ ପ୍ରଧାନଙ୍କ ମର ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁଇ ଭାଇ ସୁଶାନ୍ତ ଓ ମଙ୍ଗୁଳୁ କୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛନ୍ତି।ପ୍ରକାଶ ଥାଉକି ଏହି ଦୁଇଭାଇ ସେମାନଙ୍କ ଅନ୍ୟଜଣେ ଭାଇକୁ ହତ୍ୟା କରି ଜେଲରେ ଥିବା ବେଳେ ବେଲରେ ଆସି ମାଡ଼ମାରି ବାପାଙ୍କ ଜୀବନ ନେଇ ପୁଣି ଏକ ହତ୍ୟା କାଣ୍ଡ ଘଟାଇଛନ୍ତି।

LEAVE A REPLY

Please enter your comment!
Please enter your name here