ଦେଶୀ ମଦ ସହ ପୋଚ ଜବତ , ୨ ଗିରଫ

0
281

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ମଦ ଏବଂ ପଚ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ , ପାପଡାହାଣ୍ଡି ଅବକାରୀ ଏଆଇ ହର ପ୍ରସାଦ ରାଣା , ଏଏଇ ଅମୟ ଖଞ୍ଜ ପ୍ରମୁଖ ତୁମ୍ବର୍ଦ୍ଧା , ଧନସୁଲି , ସେମଳା , ମଇଦଲପୁର , ଗୋପୀଗୁନା , ତୁରୁଜାଗୁଡ଼ା ଭଳି ଗ୍ରାମରେ ଚଢ଼ାଉ କରିଥିଲେ । ତୁମ୍ବର୍ଲା ଗ୍ରାମରୁ ୧୦ ଲିଟର ଦେଶୀ ମଦ ଜବତ କରାଯିବା ସହ ରଞ୍ଜିତା ବିଷୋୟୀଙ୍କୁ ଗିରଫ କରାଯାଇଛି । ସେହିପରି ମଇଦଲପୁର ଗ୍ରାମରୁ ୧୦ ଲିଟର ଦେଶୀ ମଦ ଜବତ କରାଯିବା ସହ ନକୁଳ ସାହୁଙ୍କୁ ଗିରଫ କରାଯାଇଛି । ପରବର୍ତ୍ତୀ ସମୟରେ ନୋଟିସ୍ ଦେଇ ଉଭୟଙ୍କୁ ଛାଡ଼ି ଦିଆଯାଇଥିବା ଜଣା ପଡ଼ିଛି । ଏଥିସହ ୬ଟି ଗ୍ରାମରୁ ମୋଟ ୪୦ ଲିଟର ଦେଶୀ ମଦ ଓ ୭୦ ଲିଟର ପଚ ଜବତ କରି ନଷ୍ଟ କରାଯାଇଛି । ଏହି ଚଢ଼ାଉ ସମୟରେ ଅବକାରୀ ବିଭାଗ କର୍ମଚାରୀ ବଳକ୍ରିଷ୍ଠା ନାୟକ , ରଜନୀ ଜାନୀ , ଗତୁଳ ନାୟକ , ସଦାଶିବ ଭତରା , ଆକ୍ରମ ଖାନ , ଦେବେନ୍ଦ୍ର ସମରଥ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here